ନୂଆଦିଲ୍ଲୀ : ଇଟାଲୀର ଜଣେ ମହିଳା ସରକାରୀ ସୁବିଧାକୁ ହାତେଇବା ପାଇଁ ମିଛ ଗର୍ଭଧାରଣର ନାଟକ କରିଥିଲେ । ମହିଳା ଜଣଙ୍କ ୧୨ ଥର ଗର୍ଭପାତ କରାଇଥିବା ମିଛ ପ୍ରମାଣ ଦେଇ ଛୁଟି ଏବଂ ଅନ୍ୟ ସୁବିଧା ସୁଯୋଗ ସମେତ ୯୮ ଲକ୍ଷ ଟଙ୍କା ସରକାରୀ ଫାଇଦା ହାସଲ କରିଥିଲେ । ତେବେ ସେ ଏହି ଡ୍ରାମାକୁ ୨୪ ବର୍ଷ ଧରି ଚଳାଇଥିଲେ । ପ୍ରେଗେନ୍ସି ଓ ଆର୍ବଶନ ନାମରେ ମ୍ୟାଟରନିଟି ଲିଭ ମଧ୍ୟ ନେଇଥିଲେ । ୫ମ ପ୍ରେଗେନ୍ସି ବେଳେ ତାଙ୍କ ମିଛ ସମସ୍ତଙ୍କ ସମ୍ମୁଖରେ ଧାରା ପଡି ଯାଇଥିଲା । ଅଧିକାରୀଙ୍କ ନିକଟରେ ସେ ୫ମ ସନ୍ତାନର ଜନନୀ ହୋଇଛନ୍ତି ବୋଲି କହିଥିଲେ । ଯାହାକୁ ନେଇ ଅଧିକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତଦନ୍ତ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା ।ପେଟରେ ତକିଆ ରଖି ସେ ମଛରେ ଗର୍ଭବତୀ ହୋଇଥିବା ଫଟୋ ସହ ଅନ୍ୟ କାଗଜପତ୍ର ପ୍ରଦାନ କରିଥିଲେ । ସତ ସାମ୍ନାକୁ ଆସିବା ପରେ ମହିଳାଜଣଙ୍କୁ ୧୮ ମାସ ଜେଲ ଦଣ୍ଡ ପ୍ରଦାନ କରାଯାଇଛି । ମହିଳାଙ୍କ ପାର୍ଟନର ତାଙ୍କ ବିପକ୍ଷରେ କୋର୍ଟରେ ବୟାନ ଦେଇଥିଲେ ।