37.1 C
Bhubaneswar
Saturday, May 18, 2024
Homeଓଡିଶାବଢ଼ିବ ଥଣ୍ଡା ! ଶିମିଳିପାଳର ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧...

ବଢ଼ିବ ଥଣ୍ଡା ! ଶିମିଳିପାଳର ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

ବାରିପଦା :ପୁଣି ବଢ଼ିବ ଥଣ୍ଡା !। ରାଜ୍ୟରେ ରାତି ତାପମାତ୍ରା ଧିରେ ଧିରେ କମିବ। ପ୍ରାୟ ୩ରୁ ୫ ଡିଗ୍ରୀ ଯାଏ ତଳକୁ ଖସିବା ସହ ରାଜ୍ୟରେ ଅନେକ ସ୍ଥାନରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସହ ଅନୁଭୂତ ହେଉଛି ଘନ କୁହୁଡି ।

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି। ଶୀତ ଓ କୁହୁଡି ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ମଧ୍ୟ ଘନ କୁହୁଡି। ଘନ କୁହୁଡ଼ି ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକ । ସକାଳ ପ୍ରାୟ ୮ଟା ୩୦ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking