27.1 C
Bhubaneswar
Saturday, July 27, 2024
Homeଅପରାଧକାଳ ହେଲା ଝଗଡା; ୧୪ ବର୍ଷର ନାବାଳକକୁ ହତ୍ୟା କଲା ୧୨ ବର୍ଷର ନାବାଳକ

କାଳ ହେଲା ଝଗଡା; ୧୪ ବର୍ଷର ନାବାଳକକୁ ହତ୍ୟା କଲା ୧୨ ବର୍ଷର ନାବାଳକ

ନୂଆଦିଲ୍ଲୀ: ଜଣେ ୧୪ ବର୍ଷର ଛାତ୍ରକୁ ହତ୍ୟା କଲା ଜଣେ ୧୨ ବର୍ଷର ବାଳକ । ସିସିଟିଭି ଫୁଟେଜରୁ ଚିହ୍ନଟ ହେଲା ହତ୍ୟାକାରୀ । ଏହିଭଳି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦିନ ଉତ୍ତର-ପୂର୍ବ ଦିଲ୍ଲୀର ଉସମାନପୁର ପୋଲିସ ଷ୍ଟେସନରେ ଘଟିଥିବା ସୂଚନା ମିଳିଛି । ତେବେ ଦୁଇ ବାଳକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ପରେ ସ୍କୁଲ ବାହାରେ ଅଭିଯୁକ୍ତ ୧୨ ବର୍ଷର ବାଳକ ସେହି ୧୪ ବର୍ଷର ଛାତ୍ରଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଉତ୍ତର-ପୂର୍ବ ଦିଲ୍ଲୀର ଡିସିପି ଡଃ ଜୟ ଟିର୍କିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଶାସ୍ତ୍ରୀ ପାର୍କର ଜାଗ ପ୍ରବେଶ ହସ୍ପିଟାଲକୁ ଜଣେ ୧୪ ବର୍ଷର ବାଳକର ମୃତଦେହ ଅଣାଯାଇଥିଲା । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ । ପଚରା ଉଚରାରୁ ଜଣା ପଡ଼ିଲା ଯେ, ଅପରାହ୍ନ ବେଳେ ଛାତ୍ର ଜଣକ ବ୍ରହ୍ମପୁରୀରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ଆଣିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ଘର ବ୍ରହ୍ମପୁରୀର ୨ ନମ୍ବର ଗଳିରେ । ସେ ସେହି ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ।

ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜରୁ ଘଟଣା ସମ୍ପର୍କରେ ଜଣା ପଡିବା ସହିତ ଅଭିଯୁକ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଅଭିଯୁକ୍ତ ଛାତ୍ରଙ୍କ ବୟସ ୧୨ ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି । ସେ ମଧ୍ୟ ସେହି ଘରୋଇ ବିଦ୍ୟାଳୟରେ ପାଠ ପଢ଼ନ୍ତି । ତେବେ ସ୍କୁଲ ପରେ ଘରକୁ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଝଗଡ଼ା ବଢ଼ିବା ସହିତ ଅଭିଯୁକ୍ତ ରାଗିଯାଇ ମୃତକଙ୍କ ଉପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଜଣକ ବ୍ଲେଡ ସାହାଯ୍ୟରେ ମୃତକଙ୍କ ଉପରେ ଆକ୍ରମଣ କରିଥିବାରୁ ତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ଅତ୍ୟଧିକ ରକ୍ତସ୍ରାବ କାରଣରୁ ଉକ୍ତ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ନାବାଳକକୁ ସିସିଟିଭି ଆଧାରରେ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking