ବେଜିଂ: ଆମେରିକା ଯୋଗୁଁ ରୁଷ୍-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ଘଟୁନାହିଁ ଏବଂ ଆମେରିକା ହିଁ ଏହି ଯୁଦ୍ଧକୁ ଉସ୍କାଉଛି ବୋଲି ଚୀନ୍ ଅଭିଯୋଗ କରିଛି । ନାଟୋ ସଂଗଠନର ପତିଆରା ବୃଦ୍ଧି କରିବା ଲକ୍ଷ୍ୟରେ ଆମେରିକା ଏଭଳି ନାଟ ଲଗାଇଥିବା ଚୀନ୍ କହିଛି । ୧୯୯୯ ପରଠାରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଆମେରିକା ପାଞ୍ଚଟି ଯୁଦ୍ଧର ମୂଳଦୁଆ ପକାଇସାରିଛି ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି । ଇତିମଧ୍ୟରେ ନାଟୋ ସଦସ୍ୟ ସଂଖ୍ୟା ୧୬ରୁ ୩୦କୁ ବୃଦ୍ଧି ପାଇଥିବାବେଳେ ଏହାର ପରିସୀମା ପୂର୍ବଦିଗକୁ ପ୍ରାୟ ୧୦୦୦ କିମି ଆଗକୁ ମାଡିଆସିଥିବା ସେ କହିଛନ୍ତି । ନାଟୋ ସଦସ୍ୟତା ହାସଲ କରିବାକୁ ୟୁକ୍ରେନ୍ ବହୁଦିନରୁ ଉଦ୍ୟମ କରିଆସୁଥିବା ମଧ୍ୟ ସେ କହିଛନ୍ତି ।