28.1 C
Bhubaneswar
Sunday, January 19, 2025
Homeଓଡିଶାମହାପ୍ରଭୁଙ୍କ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ଆମ ସମସ୍ତଙ୍କର ଦାୟିତ୍ୱ : ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ରଥଯାତ୍ରାକୁ ସୁରୁଖୁରରେ ଶେଷ କରିବା ଆମ ସମସ୍ତଙ୍କର ଦାୟିତ୍ୱ : ମୁଖ୍ୟମନ୍ତ୍ରୀ

ପୁରୀ : ରଥଯାତ୍ରାକୁ ନେଇ ଆଜି ଶେଷ ସମନ୍ୱୟ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ଏହି ସମନ୍ୱୟ ବୈଠକରେ ଯୋଗ ଦେଇଥିଲେ । ଏହାସହ ସମସ୍ତ ବିଭାଗ ମିଳିମିଶି କାମ କରିବା ସହ ରଥଯାତ୍ରାକୁ ସୁରୁଖୁରରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରରେ ଶେଷ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ, ପୁରୀକୁ ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର । ଏବର୍ଷ ହିଟୱେଭକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶ ବିଦେଶରୁ ଆସୁଥିବା ଭକ୍ତ ମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ଶେଷ ସମନ୍ୱୟ ବୈଠକକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସମସ୍ତଙ୍କ ମତାମତ ଆଧାରରେ ରଥଯାତ୍ରା ପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରିଛୁ । ସବୁ ବିଭାଗର ମିଳିତ ସମନ୍ୱୟ ଓ ସେବାୟତଙ୍କ ସହଯୋଗରେ ବେଶ ସୁରୁଖୁରରେ ରଥଯାତ୍ରା ହେବ ବୋଲି ସେ କହିଛନ୍ତି । ଏହି ବୈଠକରେ ଅଧିକାଂଶ ବିଭାଗ ନିଜର କାର୍ଯ୍ୟ ବାବଦରେ ଅବଗତ କରିଛନ୍ତି । ରଥଯାତ୍ରାକୁ କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ କରାଯିବା ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking