ଭୁବନେଶ୍ୱର : ଅଶ୍ଳୀଳ ଫୋଟୋ , ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା । ଜେଲ ଗଲା ରସିକିଆ ପ୍ରେମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖାରବେଳ ଅଂଚଳରେ । ରସିକିଆ ପ୍ରେମିକ ଜଣକ ହେଲେ ଲୋକନାଥ ମହାରଣା । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବଡ଼ହାଟର ସୁବାସ ଚନ୍ଦ୍ର ମହରଣାଙ୍କ ପୁଅ ଲୋକନାଥ ମହାରଣା । ଲୋକନାଥ ମହାରଣା ଭୁବନେଶ୍ୱର ସ୍ଥିତ ୟୁନିଟ – ୩ସ୍ଥିତ ଖାରବେଳନଗର ଥାନା ଅଧୀନ ରୋଡରେ ଥିବା ଏକ ଗହଣା ଦୋକାନରେ ସେଲ୍ସ କର୍ମଚାରୀ ଭାବେ କାମ କରୁଥିଲା।
ଏହାରି ଭିତରେ ସେ ଖାରବେଳନଗର ଅଞ୍ଚଳରେ ଅନ୍ୟ ଏକ ଗହଣା ଦୋକାନରେ କାମ କରୁଥିବା ପୀଡିତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠଥିଲା । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । କିନ୍ତୁ ଲୋକନାଥ ପ୍ରେମ ଆଡ଼ରେ ଦେଉଥିଲା ଧୋକା । ଶାରୀରିକ ସମ୍ପର୍କ ରଖିଲା ବେଳେ ନିଜ ମୋବାଇଲ ଫୋନ୍ରେ ଉକ୍ତ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରଖିଥିଲା। ଉକ୍ତ ଯୁବତୀଙ୍କୁ ସେହି ଭିଡ଼ିଓ ଓ ଫୋଟୋକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା।
ଅଭିଯୁକ୍ତ ଲୋକନାଥ ମହରଣା ସେହି ଭିଡ଼ିଓ ଓ ଫଟୋକୁ ଯୁବତୀଙ୍କ ଘର ଲୋକଙ୍କୁ ପଠେଇବେ ବୋଲି ଧମକ ଦେଉଥିଲା। ଶେଷରେ ସାମାଜିକ ଗଣମାଧ୍ୟମ (ଫେସବୁକ) ମାଧ୍ୟମରେ ସେହି ଭିଡ଼ିଓ ଓ ଫୋଟୋକୁ ଯୁବତୀଙ୍କ ପରିବାର ଲୋକଙ୍କୁ ପଠେଇଦେଇଥିଲା। ଯୁବତୀ ଜଣକ ଖାରବେଳନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଲୋକନାଥକୁ ଗିରଫ କରିଛି। ଗିରଫ ହେବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।