18.1 C
Bhubaneswar
Friday, December 27, 2024
Homeଓଡିଶାହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ପ୍ରସଙ୍ଗ; ହାଇକୋର୍ଟଙ୍କ ଉଦବେଗ

ହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ପ୍ରସଙ୍ଗ; ହାଇକୋର୍ଟଙ୍କ ଉଦବେଗ

କଟକ: ଗତ ଦୁଇମାସ ମଧ୍ୟରେ ରାଜ୍ୟରେ ୭ଟି ଛୁଆ ସମେତ ମୋଟ୍ ୧୮ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଏଥିସହ ହାତୀ-ମଣିଷ ଲଢ଼େଇରେ ୨୦ ଜଣ ପ୍ରାଣ ହରାଇଛନ୍ତି । ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି । ଏହି ତଥ୍ୟକୁ ନେଇ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାକୁ ରୋକିବାକୁ ୨ ମାସ ଭିତରେ ଠୋସ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ହାତୀ କରିଡର ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଜଙ୍ଗଲ ଅଞ୍ଚଳରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ବିଦ୍ୟୁତ ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବହାର କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଆସନ୍ତା ଜୁଲାଇ ୧୯ ତାରିଖରେ ମାମଲାର ଶୁଣାଣିହେବ । ସୂଚନାରୁ ପ୍ରକାଶ, ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାବେଳେ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଗ୍ରାମାଭିମୁଖି ହେଉଛନ୍ତି । ଯେଉଁଥିପାଇଁ ହାତୀ ଓ ମଣିଷ ଲଢ଼େଇ ହେଉଛି । ଏହି ଲଢ଼େଇରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking