ବେଙ୍ଗାଲୁରୁ : ଚନ୍ଦ୍ର ଅଭିଯାନ ସଫଳ ହେବାପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବର୍ତ୍ତମାନ ସୂର୍ଯ୍ୟ ଅଭିଯାନକୁ ସାକାର କରିବାକୁ ପ୍ରସ୍ତୁତି ଚଳାଇଛି । ସେପ୍ଟେମ୍ବର ୨ ସକାଳ ୧୧ଟା ୫୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସୂର୍ଯ୍ୟ ଅଭିଯାନ ପାଇଁ ଉଦ୍ଦିଷ୍ଟ ମହାକାଶଯାନ ‘ଆଦିତ୍ୟ ଏଲ୧’କୁ ଉତ୍କ୍ଷେପଣ କରାଯିବ ବୋଲି ସୋମବାର ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛିି । ଉତ୍କ୍ଷେପଣ ପାଇଁ ପିଏସଏଲଭି ଏକ୍ସଏଲ ରକେଟ ବ୍ୟବହାର କରାଯିବ । ଉତ୍କ୍ଷେପଣ କାର୍ଯ୍ୟକ୍ରମକୁ ଇସ୍ରୋ ୱେବ୍ସାଇଟ୍ରେ ସିଧା ପ୍ରସାରଣ କରାଯିବ । ଆଗ୍ରହୀ ବ୍ୟକ୍ତି ଅଗଷ୍ଟ ୨୯ ମଧ୍ୟାହ୍ନ ୧୨ଟାରୁ ‘ଲଞ୍ଚ୍ ଭିଉ ଗ୍ୟାଲେରୀ’କୁ ଯାଇ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫ କୋଟି କିଲୋମିଟର ।
ତେବେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପକୁ ସମ୍ଭାଳିବା କଷ୍ଟସାଧ୍ୟ ହେଉଥିବାରୁ କୌଣସି ମହାକାଶଯାନ ଏହାର ନିକଟବର୍ତ୍ତୀ ହୋଇପାରିନ ନାହିଁ । ଏହି ପରିପ୍ରେକ୍ଷୀରେ ଆଦିତ୍ୟ ଏଲ୧କୁ ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂର ଏହି ପରିପ୍ରେକ୍ଷୀରେ ଆଦିତ୍ୟ ଏଲ୧କୁ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂର ଏଲ-୧ ପଏଣ୍ଟ ଅର୍ଥାତ୍ ସନ୍-ଆର୍ଥ ଲାଗ୍ରାଙ୍ଗିଆନ୍ ପଏଣ୍ଟରେ ଅବସ୍ଥାପିତ କରିବାକୁ ଇସ୍ରୋ ଯୋଜନା କରୁଛି । ୭ଟି ପେଲୋଡ୍ ନେଇ ଯାତ୍ରା କରିବାକୁ ଥିବା ଆଦିତ୍ୟ ଏଲ୧ ଏହି କକ୍ଷପଥରୁ ବିଭିନ୍ନ ୱେଭ୍ବ୍ୟାଣ୍ଡ୍ ଜରିଆରେ ଫଟୋସ୍ପୟର, କ୍ରମୋସ୍ପୟର, ସୂର୍ଯ୍ୟର ବାହ୍ୟ ଲେୟାର ‘କରୋନା’ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି କୁହାଯାଇଛି । ଏହି ସୂର୍ଯ୍ୟ ଅଭିଯାନ ନିମନ୍ତେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ପକ୍ଷରୁ ଭିଜିବୁଲ ଏମିସନ୍ ଲାଇନ୍ କରୋନାଗ୍ରାଫ୍ ଯନ୍ତ୍ରି ନିର୍ମାଣ କରାଯାଇଛି ।
ସେହିପରି ପୁଣେସ୍ଥିତ ଇଣ୍ଟର ୟୁନିଭର୍ସିଟୀ ସେଣ୍ଟର ଫର୍ ଆଷ୍ଟ୍ରୋନମି ଆଣ୍ଡ୍ ଆଷ୍ଟ୍ରୋଫିଜକ୍ସ ପକ୍ଷରୁ ସୋଲାର ଅଲଟ୍ରାଭାଓଲେଟ୍ ଇମେଜର ପେଲୋଡ୍ ନିର୍ମାଣ କରାଯାଉଛି । ୟୁଭି ପେଲୋଡ୍ ଓ ଏକ୍ସ-ରେ ପେଲୋଡ୍ ସାହାଯ୍ୟରେ ଆଦିତ୍ୟ ଏଲ୧ କରୋନା ଲେୟାର ଓ ସୋଲାର କ୍ରୋମୋସ୍ପୟରକୁ ଅନୁଧ୍ୟାନ କରିବ ବୋଲି କୁହାଯାଇଛି । ୟୁ.ଆର.ରାଓ ସାଟେଲାଇଟ୍ ସେଣ୍ଟର ପକ୍ଷରୁ ପାର୍ଟିକିଲ ଡିଟେକ୍ଟର ଓ ମ୍ୟାଗ୍ନେଟୋମିଟର ପେଲୋଡ୍ ନିର୍ମାଣ କରାଯାଇଛି । ସନ୍-ଆର୍ଥ ସିଷ୍ଟମର ହାଲୋ କକ୍ଷପଥରେ ଅବସ୍ଥାପିତ ହେଲେ, ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ କୌଣସି ମହାକାଶଯାନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କକ୍ଷପଥରେ ଅବସ୍ଥାନ କାଳରେ ଆଦିତ୍ୟ ଏଲ୧ ସୂର୍ଯ୍ୟଙ୍କ ପାର୍ଟିକିଲ ଡାଇନାମିକ୍ସ, ଡାଏଗୋନିଷ୍ଟିକ୍ ଅଫ୍ କରୋନାଲ ଲୁପ୍ସ ପ୍ଲାଜମା, ମ୍ୟାଗ୍ନେଟିକ୍ ଫିଲ୍ଡ ଅଫ୍ ଟପୋଲୋଜି ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିବ ।