14.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଇସ୍ରୋ ଆରମ୍ଭ କରିବ ମିଶନ ସୂର୍ଯ୍ୟ

ଇସ୍ରୋ ଆରମ୍ଭ କରିବ ମିଶନ ସୂର୍ଯ୍ୟ

ନୂଆଦିଲ୍ଲୀ: ମିଶନ ଚନ୍ଦ୍ର ସଫଳ ହେବା ପରେ ଏବେ ଇସ୍ରୋ ଆଉ ଏକ ବଡ଼ ଯୋଜନା କରିଛି । ଚନ୍ଦ୍ର ପରେ ଏବେ ଇସ୍ରୋର ପୂରା ଫୋକସ ସୂର୍ଯ୍ୟ ଉପରେ ରହିଛି । ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି । ବିଭିନ୍ନ ଦେଶ ପକ୍ଷରୁ ଇସ୍ରୋକୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଏହି ଶୁଭେଚ୍ଛା ପାଇଁ ଇସ୍ରୋ ମଧ୍ୟ ଉତ୍ସାହିତ ହୋଇ ପଡ଼ିଛି । ଇସ୍ରୋ ଖୁବଶୀଘ୍ର ମିଶନ ସୂର୍ଯ୍ୟ ଆରମ୍ଭ କରିବ ବୋଲି କହିଛି । ଆଜି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂକୁ ଭିଡିଓ କନଫରେନ୍ସିଂରେ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଗକୁ ମିଶନ ସୂର୍ଯ୍ୟ ଓ ଶୁକ୍ର ଆରମ୍ଭ ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଭାରତ ଜହ୍ନରେ ପହଞ୍ଚିଛି । ଏହା ପରେ ଇସ୍ରୋ ସୂର୍ଯ୍ୟ ମିଶନ ଆରମ୍ଭ କରିବ । ଆଦିତ୍ୟ-ଏଲ୍ ୱାନ୍ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ ଗବେଷଣା କରାଯିବ । ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ । ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ବୋଲି ମୋଦି କହିଛନ୍ତି । ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋର ମୁଖ୍ୟ ଏସ ସୋମନାଥ ମଧ୍ୟ ଆଗକୁ ମିଶନ ସୂର୍ଯ୍ୟ ଓ ସୌର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆଦିତ୍ୟ ଏଲ ୱାନ ମିଶନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଓ ଶୁଭେଚ୍ଛା ଜଣାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଇସ୍ରୋର ପରବର୍ତ୍ତୀ ମିଶନ ହେଉଛି ଆଦିତ୍ୟ ଏଲ-୧ । ଏହା ଏବେ ଶ୍ରୀହରିକୋଟାରେ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି । ଚଳିତ ମାସରେ ଇସ୍ରୋ କହିଥିଲା ଯେ ପିଏସଏଲଭି ସି୫୭/ଆଦିତ୍ୟ ଏଲ-୧ ମିଶନ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି । ଏହା ବର୍ତ୍ତମାନ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରେ ପହଞ୍ଚି ଯାଇଛି । ଏହି ସ୍ପେଶ ଏୟାରକ୍ରାଫ୍ଟରେ ୭ ବିଜ୍ଞାନ ଭିତ୍ତିକ ପେ’ଲୋଡ ରହିବ । ଏଗୁଡ଼ିକ ସୂର୍ଯ୍ୟର ବିଭିନ୍ନ ଦିଗରୁ ଏହାକୁ ତର୍ଜମା କରିବେ । ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତ ପ୍ରଥମଥର ପାଇଁ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ କରିବାକୁ ଯାଉଛି । ଏହା ସେପ୍େଟମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ । ମିଶନ ଜରିଆରେ ସ୍ପେଶ ଏୟାରକ୍ରାଫ୍ଟକୁ ସୂର୍ଯ୍ୟ ଓ ପୃଥିବର ସିଷ୍ଟମର ଲଙ୍ଗରେଞ୍ଜ ପଏଣ୍ଟ ୧(ଏଲ୧) ପାଖରେ ଅବସ୍ଥାପିତ କରାଯିବ । ଏହି ସ୍ଥାନଟି ପୃଥିବୀ ଠାରୁ ୧.୫ ନିୟୁତ କିମି ଦୂର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking