20.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶଇସ୍ରୋ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆଟାକ୍‌ର ସାମ୍ନା କରୁଛି: ଏସ୍‌ ସୋମନାଥ

ଇସ୍ରୋ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆଟାକ୍‌ର ସାମ୍ନା କରୁଛି: ଏସ୍‌ ସୋମନାଥ

ବ୍ୟୁରୋ : ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’କୁ ନେଇ ବଡ ଖବର ଆସିଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ଯେ ମହାକାଶ ସଂସ୍ଥା ଉପରେ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆକ୍ରମଣ ହେଉଛି। ସାଇବର ଆକ୍ରମଣର ଏହି ଘଟଣା ଏମିିତି ସମୟରେ ଘଟୁଛି, ଯେତେବେଳେ କି, ଇସ୍ରୋ ପ୍ରତିଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି। ଯଦିଓ ଭୟଭୀତ ହେବାର କିଛି କଥା ନାହିଁ। କାରଣ, ଇସ୍ରୋ ଏପରି ଆକ୍ରମଣଗୁଡ଼ିକର ସାମ୍ନା କରିବା ପାଇଁ ଏକ ଶକ୍ତିଶାଳୀ ସାଇବର ସୁରକ୍ଷା ନେଟୱାର୍କ ସହିତ ସଜ୍ଜିତ ରହିଛି। କେରଳର କୋଚିରେ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସାଇବର ସମ୍ମିଳନୀ ‘C0c0n’ର ୧୬ତମ ସିଜନର ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋମନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ରକେଟ୍ ଟେକ୍ନୋଲୋଜିରେ ସାଇବର ଆକ୍ରମଣର ଆଶଙ୍କା ବହୁତ ଅଧିକ ରହିଛି। ଏହି ଟେକ୍ନୋଲୋଜି ହାର୍ଡୱେର୍ ଆଧାରିତ ଏବଂ ଏଥିରେ ଅତ୍ୟାଧୁନିକ ସଫ୍ଟୱେର୍ ଓ ଚିପ୍‌ ବ୍ୟବହାର ହୋଇଥାଏ। ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଇସ୍ରୋ ଏବେ ସଫ୍ଟୱେର୍ ବ୍ୟତୀତ ରକେଟ୍ ଭିତରେ ହାର୍ଡୱେର୍ ଚିପ୍ସର ସୁରକ୍ଷା ଉପରେ ଧ୍ୟାନ କୈନ୍ଦ୍ରିତ କରି ବିଭିନ୍ନ ଟେଷ୍ଟିଂରେ ମଧ୍ୟ ଆଗକୁ ବଢ଼ୁଛି। ଇସ୍ରୋ ପାଖରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିବା ଉପଗ୍ରହ ମଧ୍ୟ ଅଛି। ଏ ସମସ୍ତକୁ ଅଲଗା ଅଲଗା ସଫ୍ଟୱେର୍ ଦ୍ୱାରା ନିୟନ୍ତ୍ରିତ କରାଯାଉଛି। ଏ ସବୁର ସୁରକ୍ଷା ପାଇଁ ସାଇବର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ଏସ୍‌ ସୋମନାଥ କହିଛନ୍ତି, ଆମେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ବ୍ୟବହାର କରି ସାଇବର ଅପରାଧୀମାନଙ୍କ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବା। ଏ ଦିଗରେ ଗବେଷଣା ଏବଂ କଠିନ ପରିଶ୍ରମ ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking