36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ: ୪୫ ଜଣଙ୍କର ମୃତ୍ୟୁ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ: ୪୫ ଜଣଙ୍କର ମୃତ୍ୟୁ

ଜେରୁଜେଲମ: ବର୍ତ୍ତମାନ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି । ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟ ପଟେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଯେଉଁଥିରେ ଅନେକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ହମାସ ଆତଙ୍କବାଦୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଇସ୍ରାଏଲ ସହରରେ ପହଞ୍ଚିଥିଲେ, ଏହା ପରେ ବହୁ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖାଯାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହୋଇଥିଲେ । ଗାଜା ଷ୍ଟ୍ରିପରେ ଇସ୍ରାଏଲର ସେନା କାର୍ଯ୍ୟ ଜାରି ରହିଛି ।

ମଙ୍ଗଳବାର ଇସ୍ରାଏଲର ସେନା ଗାଜାର ଉତ୍ତରରେ ଥିବା ଦୁଇଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି । ଏହି ସମୟରେ ଅନେକ ସନ୍ଦିଗ୍ଧ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ଏହା ଉପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମେ ହମାସର ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ କାର୍ଯ୍ୟ କରୁଛୁ । ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଛି । ଯେଉଁଥିରେ ଅତି କମ୍‌ରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗେଲେଣ୍ଟ ଚେତାବନୀ ଦେଇଛନ୍ତି ଯେ, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ । ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି । ସେଥିରୁ ଜଣେ ପିଲା ମାତ୍ର ଦୁଇ ସପ୍ତାହ ତଳେ ଜନ୍ମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking