27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ୫୦ ପଣବନ୍ଦୀଙ୍କ ମୁକ୍ତି ପାଇଁ ଇସ୍ରାଏଲ-ହାମାସ୍ ରାଜିନାମା

୫୦ ପଣବନ୍ଦୀଙ୍କ ମୁକ୍ତି ପାଇଁ ଇସ୍ରାଏଲ-ହାମାସ୍ ରାଜିନାମା

ଜେରୁଜେଲମ: ଅକ୍ଟୋବର ୭ରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଇସ୍ରାଏଲ ଓ ହାମାସ୍ ପ୍ରତିପକ୍ଷର ଶତାଧିକ ନାଗରିକଙ୍କୁ ଅପହରଣ ପରେ ପଣବନ୍ଦୀ ରଖିଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ବର୍ତ୍ତମାନ ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି । ଏଥିପାଇଁ ଇସ୍ରାଏଲ ପକ୍ଷରୁ ୫ ଦିନିଆ ଅସ୍ତ୍ରବିରତି ମଧ୍ୟ ଘୋଷଣା କରାଯାଇଛି ।

ହାମାସ୍ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯିବାପରେ ଇସ୍ରାଏଲ ଏକପ୍ରକାର ରକ୍ତମୁଖା ହୋଇପଡିଛି । ଏହାର ଲଢୁଆ ବିମାନଗୁଡିକ ପ୍ରତିଦିନ ଗାଜା ଉପତ୍ୟକା ଉପରେ ପ୍ରବଳ ବୋମାମାଡ କରୁଥିବାବେଳେ ଇସ୍ରାଏଲୀ ସୈନ୍ୟ ସ୍ଥଳପଥରେ ଗାଜାରେ ପ୍ରବେଶ କରି ନରସଂହାର ଚଳାଇଛନ୍ତି । ପଣବନ୍ଦୀ ବିନିମୟ ପାଇଁ ଅସ୍ତ୍ରବିରତି ଜରୁରୀ ହୋଇଥିବାରୁ ଇସ୍ରାଏଲ ଏହି ପ୍ରସ୍ତାବରେ ରାଜି ହୋଇଛି । କାତାର ସରକାରଙ୍କ ମଧ୍ୟସ୍ଥତା ଯୋଗୁଁ ପଣବନ୍ଦୀ ବିନିମୟ କାର୍ଯ୍ୟ ସମ୍ଭବ ହେବାକୁ ଯାଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ରାଜାମାନା ପ୍ରସ୍ତାବ ଅନୁମୋଦିତ ହୋଇଛି । ଅକ୍ଟୋବର ୭ରେ ହାମାସ୍ ପକ୍ଷରୁ ଇସ୍ରାଏଲ ଉପରେ ୫ ହଜାର ରକେଟ୍ ମାଡ କରାଯାଇଥିଲା ।

ହାମାସ୍ ଆତଙ୍କବାଦୀମାନେ ସୀମା ଡେଇଁ ଇସ୍ରାଏଲରେ ପ୍ରବେଶ କରିବା ସହ ଯାହାକୁ ଦେଖିଲେ ଗୁଳି କରିଥିଲେ । ଏଥିସହିତ ସେମାନେ ଶତାଧିକ ଇସ୍ରାଏଲୀ ନାଗରିକ ଓ ସୈନ୍ୟଙ୍କୁ ବନ୍ଧୁକମୁନରେ ଅପହରଣ କରି ପଣବନ୍ଦୀ ରଖିଛନ୍ତି । ଇସ୍ରାଏଲ ମଧ୍ୟ ୧୫୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ମୁଣ୍ଡଜାମିନ ରଖିଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ହାମାସ୍ ୫୦ ଇସ୍ରାଏଲୀ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଥିବାବେଳେ ଇସ୍ରାଏଲ ଜେଲ୍‌ରୁ ୧୫୦ ପାଲେଷ୍ଟିନୀୟଙ୍କ ଖଲାସ ସମ୍ଭାବନା ଉଜ୍ଜ୍ୱଳ ହୋଇଉଠିଛି । ହାମାସ୍ ଏହି ପ୍ରସ୍ତାବକୁ ସ୍ୱାଗତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking