28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶଇସ୍‌ଲାମାବାଦ ହାଇକୋର୍ଟରୁ ଇମ୍ରାନ୍‌ଙ୍କୁ ଜାମିନ; ୧୭ ପର୍ଯ୍ୟନ୍ତ ଗିରଫ ଉପରେ ରୋକ୍‌

ଇସ୍‌ଲାମାବାଦ ହାଇକୋର୍ଟରୁ ଇମ୍ରାନ୍‌ଙ୍କୁ ଜାମିନ; ୧୭ ପର୍ଯ୍ୟନ୍ତ ଗିରଫ ଉପରେ ରୋକ୍‌

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଶୁକ୍ରବାର ବଡ଼ ଆଶ୍ୱସ୍ତି ମିଳିଛି । ଅଲ୍ କାଦିର୍ ଟ୍ରଷ୍ଟ୍ ମାମଲାରେ ଇସ୍‌ଲାମାବାଦ ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଥିବା ବେଳେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଯେକୌଣସି ମାମଲାରେ ତାଙ୍କ ଗିରଫ ଉପରେ ରୋକ୍ ଲଗାଇଛନ୍ତି । ଅଲ୍ କାଦିର୍ ଟ୍ରଷ୍ଟ୍ ମାମଲାର ଶୁଣାଣି ବେଳେ ଇମ୍ରାନ୍‌ଙ୍କ ଓକିଲ କହିଥିଲେ, ଇମ୍ର୍ରାନ୍ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ଅନ୍ୟ ମାମଲାରେ ଗିରଫ କରାଯାଇପାରେ ।

ଏହାପରେ କୋର୍ଟ ୧୭ ତାରିଖ ପର୍ଯ୍ୟନ୍ତ ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି ଦେଇ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ । ଲାହୋର ହାଇକୋର୍ଟ ମଧ୍ୟ ଇମ୍ରାନ୍‌ଙ୍କୁ ମେ ୧୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି ପ୍ରଦାନ କରି କୌଣସି ବି ମାମଲାରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଆଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଶୁକ୍ରବାର ଦୁଇ ପର୍ଯ୍ୟାୟ କ୍ୟାବିନେଟ୍ ମିଟିଂ ହୋଇଥିଲା । ମିଟିଂରେ ଏମର୍ଜେନ୍ସି ଲାଗୁ ଉପରେ ଆଲୋଚନା ହୋଇଥିଲା । ତେବେ ଅନ୍ତିମ ନିଷ୍ପତ୍ତି ସୋମବାର ପରେ ନିଆଯିବ । ଇତିମଧ୍ୟରେ କ୍ଷମତାସୀନ ମେଣ୍ଟରେ ସାମିଲ ଜମାତ୍‌-ଏ-ଇସ୍‌ଲାମୀ ମୁଖ୍ୟ ମୌଲାନା ଫଜଲ୍‌-ଉର୍‌-ରହମାନ୍ ସୋମବାରଠାରୁ ସୁପ୍ରିମ୍‌କୋର୍ଟ ଆଗରେ ଧାରଣା ଦେବାକୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking