ନୂଆଦିଲ୍ଲୀ : ଭାରତର ଉତ୍ତରାଞ୍ଚଳ ବିଶେଷକରି ପଞ୍ଜାବ ଓ ଆଖପାଖ ରାଜ୍ୟରେ ଥିବା ରେଳଧାରଣାଗୁଡିକୁ ବିସ୍ଫୋରଣ ଜରିଆରେ ଧ୍ୱଂସ କରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡଯନ୍ତ୍ର କରୁଛି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଇଏସ୍ଆଇ ପକ୍ଷରୁ ଭାରତରେ ସକ୍ରିୟ ଥିବା ସ୍ଲିପର ସେଲ୍ କର୍ମୀଙ୍କ ସହାୟତା ନିଆଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରାଗଲେ ମାଲ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ବୋଲି ଆଇଏସ୍ଆଇ ଲକ୍ଷ୍ୟଧାର୍ଯ୍ୟ କରିଛି । ଆଇଏସ୍ଆଇ ପକ୍ଷରୁ ସ୍ଲିପର ସେଲ୍ କର୍ମୀଙ୍କୁ ପ୍ରବଳ ଅର୍ଥ ଦେବାକୁ ପ୍ରସ୍ତାବ ଦିଆଯାଇଛି ।