26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକେଦାରନାଥକୁ ହେଲିକପ୍ଟର ସେବାରେ ଅବ୍ୟବସ୍ଥା: ୫ କମ୍ପାନୀକୁ ୫ ଲକ୍ଷ ଲେଖାଏଁ ଜୋରିମାନା

କେଦାରନାଥକୁ ହେଲିକପ୍ଟର ସେବାରେ ଅବ୍ୟବସ୍ଥା: ୫ କମ୍ପାନୀକୁ ୫ ଲକ୍ଷ ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କେଦାରନାଥ ପାଇଁ ଉଦ୍ଦିଷ୍ଟ ହେଲିକପ୍ଟର ସେବାରେ ବ୍ୟାପକ ଅବ୍ୟବସ୍ଥା ଲକ୍ଷ୍ୟ କରାଯାଇଛି । ଫଳରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କେଦାରନାଥକୁ ହେଲିକପ୍ଟର ସେବା ଯୋଗାଉଥିବା ୫ଟି କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲାଗୁ କରାଯାଇଥିବା ଜଣାପଡିଛି ।

ଏହାବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବାରୁ ଡିଜିସିଏ ପକ୍ଷରୁ ଅନ୍ୟ ଦୁଇଟି କମ୍ପାନୀର ଅଧିକାରୀଙ୍କୁ ୩ ମାସ ଲେଖାଏଁ ନିଲମ୍ବନ କରାଯାଇଛି । ମେ’ ୩୦ରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଗୋଟିଏ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ଫଳରେ ଡିଜିସିଏ ପକ୍ଷରୁ ଜୁନ୍‌ରେ ହେଲିକପ୍ଟର ସେବାର ଅଡିଟ୍ କରାଯାଇଥିବାବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking