39.6 C
Bhubaneswar
Tuesday, May 13, 2025
Homeଦେଶ ବିଦେଶସାଧାରଣ ନିର୍ବାଚନ ସତ୍ତ୍ୱେ ଭାରତରେ ହେବ ଆଇପିଏଲ୍

ସାଧାରଣ ନିର୍ବାଚନ ସତ୍ତ୍ୱେ ଭାରତରେ ହେବ ଆଇପିଏଲ୍

ମୁମ୍ବାଇ: ଚଳିତ ବର୍ଷ ଦେଶରେ ସାଧାରଣ (ଲୋକସଭା) ନିର୍ବାଚନ ହେବାକୁ ଥିବାବେଳେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଭାରତରେ ହିଁ ଆୟୋଜିତ ହେବ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଲୋକସଭା ନିର୍ବାଚନ କାରଣରୁ ୨୦୦୯ ଏବଂ ୨୦୧୪ରେ ଆଇପିଏଲ୍ ଆୟୋଜନ ଭାରତୀୟ ମାଟିରେ ହୋଇ ନଥିଲା । ଆଇପିଏଲ୍ ୨୦୦୯ ସାଉଥ୍ ଆଫ୍ରିକା ଏବଂ ଆଇପିଏଲ୍ ୨୦୧୪ ୟୁଏଇରେ ଆୟୋଜିତ ହୋଇଥିଲା ।

ଯଦିଓ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ କାର୍ଯ୍ୟକ୍ରମ ଜାରୀ ହୋଇନାହିଁ, ତେବେ ଏହା ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ବିସିସିଆଇର ଏକ ସୂତ୍ର ଅନୁସାରେ ଦେଶ ବାହାରେ ଆଇପିଏଲ୍ ଆୟୋଜନକୁ ନେଇ କୌଣସି ଯୋଜନା ନାହିଁ । ମାତ୍ର ସେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ରାଜ୍ୟ ଯଥାର୍ଥ କାରଣରୁ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବାକୁ ଚାହିଁବେ ନାହିଁ, ତେବେ ମ୍ୟାଚ୍‌କୁ ଅନ୍ୟ କୌଣସି ଭେନ୍ୟୁକୁ ସ୍ଥାନାନ୍ତର କରାଯିବ । କିନ୍ତୁ ଭାରତରେ ହିଁ ଆଇପିଏଲ୍ ଆୟୋଜିତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking