28.1 C
Bhubaneswar
Sunday, June 16, 2024
Homeଖେଳକିଙ୍ଗସ୍ ଇଲେଭେନ୍ ପଞ୍ଜାବ ଠାରୁ ୫ୱିକେଟ୍ ରେ ପରାସ୍ତ ହେଲା ଦିଲ୍ଲୀ କ୍ୟାପିଟାଲ

କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଠାରୁ ୫ୱିକେଟ୍ ରେ ପରାସ୍ତ ହେଲା ଦିଲ୍ଲୀ କ୍ୟାପିଟାଲ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୬୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୫ ୱିକେଟ ହରାଇ ୧୬୭ ରନ୍‌ କରି ବିଜୟ ହାସଲ କରିଛି । ପ୍ରଥମରୁ ପଞ୍ଜାବ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଦୁଇ ଓପନର କେ ଏଲ୍‌ ରାହୁଲ ୧୫ ରନ୍‌ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ୫ ରନ୍‌ କରି ରନ୍‌ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ନିକୋଲାସ୍ ପୁରାନ୍ ୨୮ ବଲରେ ୫୩ ରନ୍‌ ଓ ଗ୍ଲେନ୍ ମ୍ୟାକ୍ସୱେଲ ୨୪ ବଲରେ ୩୨ ରନ୍‌ କରି ପଞ୍ଜାବକୁ ବିଜୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking