24.1 C
Bhubaneswar
Thursday, January 16, 2025
Homeଆଇପିଏଲ୍ -2022ଚେନ୍ନାଇକୁ ୩ ୱିକେଟ୍‌ରେ ହରାଇଲା ଗୁଜରାଟ

ଚେନ୍ନାଇକୁ ୩ ୱିକେଟ୍‌ରେ ହରାଇଲା ଗୁଜରାଟ

ବେଙ୍ଗାଲୁରୁ : ୨୯ତମ ଆଇିଏଲ୍ ମ୍ୟାଚ୍‌ରେ ଆଜି ଜିଟି ଏବଂ ସିଏସ୍‌କେ ମଧ୍ୟରେ ଲଢେଇ ଲାଗିଥିବା ବେଳେ ସିଏସ୍‌କେ ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସକୁ ୧୭୦ ରନ୍‌ର ବିଜୟ ଲକ୍ଷ ଦେଇଥିଲା । ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସ ଡାଭିଡ୍ ମିଲର୍ ଏବଂ ରସିଦ୍ ଖାନ୍‌ଙ୍କ ଯୋଡ଼ି ୩ ୱିକେଟ୍ ବ୍ୟବଧାନରେ ସିଏସ୍‌କେକୁ ପରାସ୍ତ କରିଛନ୍ତି । ଡାଭିଡ୍ ୯୪ ରନ୍ କରି ଅପରାଜିତ ଥିବା ବେଳେ ରସିଦ୍ ୪୦ ରନ୍ କରି ଅପରାଜିତ ଥିଲେ । ତେବେ ୧୭୦ ରନ୍‌ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ମାତ୍ର ୧୬ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଶୁଭମନ ଗିଲ୍ ଓ ବିଜୟ ଶଙ୍କର ଖାତା ଖୋଲି ନ ପାରି ମୁକେଶ ଚୌଧୁରୀ ଓ ମହୀଶ ତୀକ୍ଷଣାଙ୍କ ବଲ୍‌ରେ ପାଭିଲିଅନ୍ ଫେରିଥିଲେ । ଏହାରେ ଅଭିନବ ମନୋହର ୧୨ ରନ୍ କରି ତୀକ୍ଷଣାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ରିଦ୍ଧିମାନ ସାହା (୧୧)ଙ୍କୁ ଆଉଟ୍ କରି ଜାଡ଼େଜା ପ୍ରତିପକ୍ଷକୁ ଚତୁର୍ଥ ଝଟ୍‌କା ଦେଇଥିଲେ ।

ଏଥି ପୂର୍ବରୁ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଜଂଘରେ ଯନ୍ତ୍ରଣା ଭୋଗୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରଶିଦ୍ ଖାଁ ଟିମ୍‌ର ନେତୃତ୍ୱ ନେଇଥିଲେ । ହାର୍ଦ୍ଦିକଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ୱିକେଟ୍‌କିପର୍‌-ବ୍ୟାଟର୍ ରିଦ୍ଧିମାନ ସାହା ସ୍ଥାନ ପାଇଥିଲେ । ଚେନ୍ନାଇ ଟିମ୍‌ର ଓପନିଂ ୋଡ଼ି ମାତ୍ର ୭ ରନ୍‌ରେ ଭାଙ୍ଗିଥିଲା । ରବିନ ଉଥାପ୍ପା ମାତ୍ର ୩ ରନ୍ କରି ମହମ୍ମଦ ଶାମୀଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ଶାମୀ ରିଭ୍ୟୁରୁ ଏହି ୱିକେଟ୍ ପାଇଥିଲେ । ଟିମ୍‌ର ସ୍କୋର୍ ୩୨ ହୋଇଥିବା ବେଳେ ମୋଇନ୍ ଅଲୀ ୧ ରନ୍ କରି ଅଲଜାରୀ ୋସେଫ୍‌ଙ୍କ ଶିକାର ହୋଇଥିଲେ ।

ଏହାରେ ଋତୁରାଜ ଗାଏକୱାଡ଼ ଓ ଅମ୍ବାତି ରାଇଡ଼ୁ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା। ରାଇଡ଼ୁ ମାତ୍ର ୨ ରନ୍ କରିବା ସହିତ ଆଇିଏଲ୍‌ରେ ୪,୦୦୦ ରନ୍ ୂରଣ କରିଥିଲେ । ୪,୦୦୦ କ୍ଲବ୍‌ରେ ସାମିଲ୍ ହେବାରେ ସେ ୧୧ତମ ଖେଳାଳି ହୋଇ ପାରିଛନ୍ତି । ଇତ୍ୟବସରେ ଋତୁରାଜ ୩୭ ବଲ୍‌ରୁ ଆଇିଏଲ୍ କ୍ୟାରିଅରର ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ । ତୃତୀୟ ୱିକେଟ୍‌୍ ପାଇଁ ୯୨ (୫୫ ବଲ୍‌ରୁ) ରନ୍‌ର ଭାଗୀଦାରୀ ହୋଇଥିଲା ।

ରାଇଡ଼ୁ ୪୬ ରନ୍ କରି ୋସେଫ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହାରେ ଋତୁରାଜଙ୍କ ଇନିଂସ୍‌ର ଅନ୍ତ ଘଟାଇଥିଲେ ଯଶ ଦୟାଲ । ଏହି ଓନର୍ ୪୮ ବଲ୍ ଖେଳି ୫ ଲେଖାଏଁ ଚୌକା ଓ ଛକା ସହାୟତାରେ ୭୩ ରନ୍ କରିଥିଲେ । ଏହାପରେ ଶିବମ୍ ଦୁବେ ଓ ଅଧିନାୟକ ରବୀନ୍ଦ୍ର ଜାଡ଼େଜା ମିଶି ୨୨ ବଲ୍‌ରେ ୩୮ ରନ୍ ୋଗ କରିଥିଲେ । ଶେଷ ବଲ୍‌ରେ ଦୁବେ ୧୯ ରନ୍ କରି ରନ୍‌ଆଉଟ୍ ହୋଇ ଯାଇଥିଲେ। ଜାଡ଼େଜା ୧୨ ବଲ୍‌ରୁ ୨୨ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ଟିମ୍ ର୍ଧ୍ୟା ୨୦ ଓଭର୍‌ରେ ୫ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ବିପକ୍ଷ ବୋଲର୍ ୋସେଫ୍ ୨ଟି ଏବଂ ଶାମୀ ଓ ଦୟାଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking