26.1 C
Bhubaneswar
Tuesday, September 17, 2024
Homeଖେଳଆଇପିଏଲ୍‌-୨୦୨୪; ପ୍ରଥମ ଥର ଅକ୍ସନ୍ କରାଇବେ ମଲ୍ଲିକା ସାଗର!

ଆଇପିଏଲ୍‌-୨୦୨୪; ପ୍ରଥମ ଥର ଅକ୍ସନ୍ କରାଇବେ ମଲ୍ଲିକା ସାଗର!

ମୁମ୍ବାଇ:  ଆଇପିଏଲ ୨୦୨୪ ଅକ୍ସନ୍ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଥର ଭାରତରେ ବାହାରେ ହେବାକୁ ଯାଉଥିବା ଆଇପିଏଲ୍ ଅକ୍ସନ୍‌ରେ ପ୍ରଥମ ଥର ଜଣେ ମହିଳା ଅକ୍ସନର୍‌ଙ୍କୁ ଦେଖିବାକୁ ମିଳିବ । ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ ଇତିହାସରେ ଦୁଇଜଣ ପୁରୁଷ ହିଁ ଅକ୍ସନ୍ କରିଆସୁଥିଲେ । ମାତ୍ର ପ୍ରଥମ ଥର ଜଣେ ମହିଳା ଏହି ଦାୟିତ୍ୱ ନିର୍ବାହ କରିବେ । ସଦ୍ୟତମ ରିପୋର୍ଟ ଅନୁସାରେ ଆଇପିଏଲ୍‌ର ୧୭ତମ ସଂସ୍କରଣରେ ହ୍ୟୁଜ୍ ଆଡ୍‌ମିଡ୍‌ସଙ୍କୁ ଖେଳାଳିଙ୍କ ଅକ୍ସନ୍ କରୁଥିବା ଦେଖିବାକୁ ମିଳିବ ନାହିଁ । ଏ ନେଇ ବିସିସିଆଇ ଆଡ୍‌ମିଡ୍‌ସଙ୍କୁ ସୂଚୀତ ମଧ୍ୟ କରିସାରିଛି ।

ତାଙ୍କ ସ୍ଥାନରେ ବିସିସିଆଇ ମଲ୍ଲିକା ସାଗରଙ୍କ ସହ ସମ୍ପର୍କ ସ୍ଥାପନ କରିଛି । ମୁମ୍ବାଇ ନିବାସୀ ମଲ୍ଲିକା ଏହା ପୂର୍ବରୁ ଏହି କାର୍ଯ୍ୟ କରିସାରିଛନ୍ତି । ସେ ମହିଳା ଆଇପିଏଲ୍ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣରେ ମଧ୍ୟ ସଫଳତାପୂର୍ବକ ସମସ୍ତ ଖେଳାଳିଙ୍କ ନିଲାମୀ କରାଇଥିଲେ । ଏହା ବ୍ୟତୀତ ମଲ୍ଲିକ ପ୍ରୋ କବାଡ଼ ଲିଗ୍ ୨୦୨୧ ଅକ୍ସନ୍‌ରେ ମଧ୍ୟ ଖେଳାଳିଙ୍କ ନିଲାମୀ କରାଇଥିଲେ । ଏହାର ଅର୍ଥ ଏହି କ୍ଷେତ୍ରରେ ତାଙ୍କର ପୂରା ଅନୁଭବ ରହିଛି ଏବଂ ସେ ଆଇପିଏଲ୍ ୨୦୨୪ ପାଇଁ ହେବାକୁ ଥିବା ଅକ୍ସନ୍‌ରେ ଖେଳାଳିଙ୍କ ନିଲାମୀ କରାଇପାରନ୍ତି ।

୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ୨୦୨୩ ପର୍ଯ୍ୟନ୍ତ ମୋଟ ୧୬ଟି ସଂସ୍କରଣରେ କେବଳ ଦୁଇଜଣ ବ୍ୟକ୍ତିଙ୍କ ଅକ୍ସନ୍ ଆୟୋଜନ କରିଛନ୍ତି । ଆଇପିଏଲ୍ ଇତିହାସରେ ରିଚାର୍ଡ ମେଡ୍‌ଲେ ପ୍ରଥମ ଅକ୍ସନ୍‌ର ଥିବାବେଳେ ସେ ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଖେଳାଳିଙ୍କ ଅକ୍ସନ୍ କରାଇଥିଲେ । ଏହାପରେ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ହ୍ୟୁଜ୍ ଆଡ୍‌ମିଡ୍‌ସ ଏହି ଦାୟିତ୍ୱ ତୁଲାଇଥିଲେ । ଆଇପିଏଲ୍ ୨୦୨୨ ଅକ୍ସନ୍‌ର ପ୍ରଥମ ଦିନ ଆଡ୍‌ମିଡ୍‌ସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ସେ ଷ୍ଟେଜ୍ ଉପରେ ହିଁ ପଡ଼ିଯାଇଥିଲେ । ଏହାପରେ କିଛି ସମୟ ପାଇଁ ଅକ୍ସନ୍ ବନ୍ଦ ରହିବା ସହ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ଅକ୍ସନ୍ ପ୍ରକ୍ରିୟାକୁ ଚାରୁ ଶର୍ମା ଆଗେଇ ନେଇଥିଲେ । ଅବଶ୍ୟ ଦ୍ୱିତୀୟ ଦିନ ଆଡ୍‌ମିଡ୍‌ସ ଅକ୍ସନ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking