19.1 C
Bhubaneswar
Wednesday, December 25, 2024
HomeSCO ବୈଦେଶିକି ମନ୍ତ୍ରୀ ସମ୍ମିଳନୀଭାରତ ଆସିବାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ଆମନ୍ତ୍ରଣ , ଏସସିଓ ସମ୍ମିଳନୀ ଯୋଗ ଦେବାକୁ ଭୁଟ୍ଟୋଙ୍କୁ...

ଭାରତ ଆସିବାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ଆମନ୍ତ୍ରଣ , ଏସସିଓ ସମ୍ମିଳନୀ ଯୋଗ ଦେବାକୁ ଭୁଟ୍ଟୋଙ୍କୁ ନିମନ୍ତ୍ରଣ କଲେ ଏସ୍. ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ଆସିବାକୁ ପାକିସ୍ତାନକୁ ଆମନ୍ତ୍ରଣ । ମେ ମାସରେ ଗୋଆରେ ଆୟୋଜିତ ହେବ ଏସସିଓ ବୈଠକ । ତେଣୁ ଭାରତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଜରିଆରେ ତାଙ୍କ ପ୍ରତିପକ୍ଷଙ୍କୁ ଏହି ଆମନ୍ତ୍ରଣ ପଠାଇଛନ୍ତି । ଯଦି ପାକିସ୍ତାନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରେ ତେବେ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ସରକାରୀ ଅଧିକାରୀ ଭାରତ ଗସ୍ତରେ ଆସିବେ ।

ଅନ୍ତିମ ଥର ପାଇଁ ୟୁପିଏ ସରକାର ବେଳେ ୨୦୧୧ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବିନା ଖାନ୍ ଭାରତ ଗସ୍ତରେ ଆସିଥିଲେ । ତେଣୁ ଏବେ ଯଦି ଭୁଟୋ ଭାରତ ଗସ୍ତରେ ଆସିବେ ତାହେଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ଗୋଟିଏ ବଡ ପରିବର୍ତନ ଆସିବ । ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଉଭୟ କ୍ରୀଡା ଠାରୁ ଆରମ୍ଭ କରି କୂଟନୀତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଭାରତ ଏହି ଆମନ୍ତ୍ରଣ କରିବା ପୂର୍ବରୁ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏସସିଓ ବୈଠକରେ ଯୋଗ ଦେବାକୁ ଭାରତ ପାକିସ୍ତାନ ବ୍ୟତୀତ ଚୀନ, ରୁଷ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking