30.1 C
Bhubaneswar
Thursday, May 9, 2024
Homeଓଡିଶାଯୈାନ କଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ବ୍ୟାସନଗର ମହାବିଦ୍ୟାଳୟରେ ତଦନ୍ତକାରୀ ଦଳ

ଯୈାନ କଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ବ୍ୟାସନଗର ମହାବିଦ୍ୟାଳୟରେ ତଦନ୍ତକାରୀ ଦଳ

ଯାଜପୁର: ବ୍ୟାସନଗର ମହାବିଦ୍ୟାଳୟର ଜନୈକା ଛାତ୍ରୀ ଯାଜ୍ଞସେନୀ ମହାପାତ୍ର(ଛଦ୍ମନାମ)ଙ୍କ କଲେଜ ପରିଚାଳନା କମିଟି ସଭାପତି,ଛାତ୍ରୀନିବାସ ଅଧୀକ୍ଷିକାଙ୍କ ନାମରେ କରିଥିବା ଅଭିଯୋଗର ତଦନ୍ତ ନିମନ୍ତେ ଶୁକ୍ରବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୂ ୩ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରିଣୀ ମହାବିଦ୍ୟାଳୟର ବ୍ରାହ୍ମଣୀ ଛାତ୍ରୀନିବାସ ଏବଂ ଅତଥିଶାଳାରେ ପହଁଚି ତଦନ୍ତ କରି ଫେରିଯାଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୧ ତାରିଖରେ ଜନୈକା ଛାତ୍ରୀ କଲେଜରେ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଏପରିକି ପରିଚାଳନା କମିଟି ସଭାପତି ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଏବଂ ଶରୀର ଉପରେ ଟିପ୍ପଣୀ ଦେଉଥିିବା ଭଳି ଗୁରୁତର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଏକ ଚିଠି ଲେଖିଥିଲେ । ଏହାର ପ୍ରତିଉତ୍ତରରେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଗତ ୨୫ ତାରିଖରେ ଏନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଫଳସ୍ୱରୂପ ଯାଜପୁର ଜିଲ୍ଲା ଅଫିସ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଅସ୍ମିତା ଦାସଙ୍କ ନେତୃତ୍ୱରେ ଏ.ପି.ଡି ରଶ୍ମିରେଖା ପ୍ରଧାନ ଯାଜପୁର ଏବଂ ଏଷ୍ଟାବ୍ଲିସ୍‍ମେଣ୍ଟ୍‍ ଅଫିସର କାଜଲ ପ୍ରଧାନ ଘଟଣାସ୍ଥଳରେ ପହଁଚି ବିଭିନ୍ନ ଦିଗ ଉପରେ ତର୍ଜମା କରିବା ସହିତ ତଦନ୍ତ କରି ଫେରିଛନ୍ତି । ତଦନ୍ତ ସମୟରେ କଲେଜ ପକ୍ଷରୁସହଯୋଗ କରା ଯାଇ ଥିଲା ଏବଂ ସେମାନେ ପୁନର୍ବାର ତଦନ୍ତ ପାଇଁ ଆସିପାରନ୍ତି ବୋଲି ସୂଚନା ମିଳିଛି । ନିରପେକ୍ଷ ତଦନ୍ତ ପାଇଁ ପୁରା ତନ ଛତ୍ର ସଙ୍ଗ ଓ ବୁଦ୍ଧି ଓ ବିଭିନ୍ନ ସଙ୍ଗ ଠନ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking