ଭୁବନେଶ୍ୱର : ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ଶେଷ ହୋଇଛି । ଏନେଇ ସୂଚନା ଦେଲେ ଜଷ୍ଟିସ ସି. ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି । ଆସନ୍ତା ୨୮ ସୁଦ୍ଧା ରିପୋର୍ଟ ସରକାରଙ୍କୁ ଦିଆଯିବ । ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ରିପୋର୍ଟ ଦିଆଯିବ । ୫୦୦ ରୁ ଅଧିକ ଆଫିଡେବିଟିର ଯାଞ୍ଚ କରିଥିଲେ । ଘଟଣାରେ ସମ୍ପୃକ୍ତଙ୍କ ବୟାନ ରେକର୍ଡ କରିଛନ୍ତି କମିଶନ ।