17.1 C
Bhubaneswar
Monday, November 25, 2024
Homeଓଡିଶାଇନଟ୍ରୋଡ଼କସନଟୁ ସାଇକୋଲଜି ଅଫ ଡ଼ିଜାବିଲିଟି ପୁସ୍ତକ ଲୋକାର୍ପଣ

ଇନଟ୍ରୋଡ଼କସନଟୁ ସାଇକୋଲଜି ଅଫ ଡ଼ିଜାବିଲିଟି ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର : ଡଃ ଗୋପଳ କୃଷ୍ଣ ନନ୍ଦ, ଡଃ ବିନୟ ଭୂଷଣ ମହାପାତ୍ର, ଡଃ ଭାଗିରଥୀ ମହାପାତ୍ର ଓ ଡଃ ଇନ୍ଦ୍ରମଣି ଜେନାଙ୍କ ଲିଷ୍କୃତ ‘ ଇନଟ୍ରୋଡ଼କସନ ଟୁ ସାଇକୋଲଜି ଅଫ ଡି଼ଜାବିଲିଟି” ପୁସ୍ତକଟିକୁ ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବିଜୟିନୀ ସ୍ମୃତି ସଭା- ୨୦୨୨ ଠାରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଅପରାଜିତା ଚୌଧୁରୀ, ବିଶିଷ୍ଟ ଲେଖକ ଡଃ ଗୌରହରି ଦାସ, ଡଃ କେଶବ ଚନ୍ଦ୍ର ଶତପଥୀ ଓ ପ୍ରଫେସର ଡଃ ସିପ୍ରା ମହାନ୍ତି ( ଯୁକ୍ତରାଷ୍ଟ୍ର ଆମେରିକା)ଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ପୁସ୍ତକଟିରେ ସ୍ଥାନ ପାଇଥିବା ବିଷୟବସ୍ତୁ ଗୁଡ଼ିକ ଉପରେ ଡଃ ଗୋପାଳ କୃଷ୍ଣ ନନ୍ଦ ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସ୍ମୃତିସଭାରେ ଶତାଧୂକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ ପୁସ୍ତକଟି ପାଠ କରିବା ଦ୍ଵାରା ମନୋବିଜ୍ଞାନ, ଶିକ୍ଷା ତଥା ସ୍ଵତନ୍ତ୍ର ଶିକ୍ଷା ବିଭାଗର ଛାତ୍ର, ଶିକ୍ଷକ, ସ୍ବତନ୍ତ ଶିକ୍ଷା ବିଦ୍ୟାର୍ଥୀ, ଅଭିଭାବକ ତଥା ଆଗ୍ରହୀ ବ୍ୟକ୍ତିବିଶେଷ ଉପକୃତ ହୋଇପାରିବେ ବୋଲି ଆଶା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking