ଜୟପୁର : ଜୟପୁର ଟାଉନ ପୋଲିସ ପଞ୍ଝାରେ ଅନ୍ତରାଜ୍ୟ ବାଇକ ଚୋର ଗ୍ୟାଙ୍ଗ। ଗ୍ୟାଙ୍ଗର ୩ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କଠାରୁ ୧୧ ବାଇକ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଲେ ଜୟପୁରର ଏଲ୍.ଅଖିଳ, ଦଶମନ୍ତପୁରର କୃଷ୍ଣ ନାୟକ ଓ ନବରଙ୍ଗପୁରର ପଦ୍ମନ ହରିଜନ। ଅଭିଯୁକ୍ତମାନେ ରାଜ୍ୟ ଓ ରାଜ୍ୟ ବାହାରରୁ ବାଇକ ଚୋରି କରି ପ୍ରଥମେ ଏହାର ନମ୍ବର ପ୍ଳେଟ ବଦଳାଉଥିଲେ। ଏପରିକି ଗାଡିର ଇଂଜିନ ଓ ଚେସିସ୍ ନମ୍ବର ବି ବଦଳାଥିଲେ। ଏହା ପରେ ନବରଙ୍ଗପୁରରେ ଥିବା ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ ସୋ ରୁମ ମାଧ୍ୟମରେ ଗ୍ରାହକ ଯୋଗାଡ କରି ସେଗୁଡ଼ିକୁ ବିକ୍ରି କରୁଥିଲେ।
ଜବତ ଗାଡି ଗୁଡିକ ଚୋରି ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ଅନେକ ସମୟରେ ଏହି ବାଇକଗୁଡିକ ଗଞ୍ଜେଇ ପରିବହନ ଓ ଅନ୍ୟ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧୀକ ମାମଲା ରହିଥିବା କହିଛନ୍ତି ଏସଡିପିଓ। ଚୋରି ବାଇକ ଫେରି ପାଇବାକୁ ନେଇ ଗାଡି ମାଲିକମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଯେଉଁମାନେ ପୁରୁଣା ଗାଡି କିଣୁଛନ୍ତି ସେମାନେ ତୁରନ୍ତ ସେମାନେ ଗାଡିର ମାଲିକାନା ପରିବର୍ତ୍ତନ କରିବାକୁ ଏସଡିପିଓ କହିଛନ୍ତି। ବିନା ମାଲିକାନାରେ ଯେଉଁ ମାନେ ଗାଡି ଚଳାଉଥିବେ ସେମାନଙ୍କ ଗାଡି ଜବତ କରାଯିବ ବୋଲିବି ସେ କହିଛନ୍ତି।