18.1 C
Bhubaneswar
Saturday, November 23, 2024
Homeଓଡିଶାଅନ୍ତର୍ଜାତୀୟ ଯୋଗ ଦିବସର ଉତ୍ପତି କିପରି ହେଲା..

ଅନ୍ତର୍ଜାତୀୟ ଯୋଗ ଦିବସର ଉତ୍ପତି କିପରି ହେଲା..

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସକୁ ସମଗ୍ର ବିଶ୍ୱରେ ଜୁନ୍ ମାସ ୨୧ ତାରିଖରେ ପାଳନ କରାଯାଇଥାଏ । ବର୍ଷ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ୧୯୩ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିଥିଲା । ମାତ୍ର ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ହୋଇଥିଲା । ତାପରେ ୨୧ ଜୁନ ୨୦୧୫କୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ପ୍ରଥମେ ଏହି ପ୍ରସ୍ତାବକୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା ସମର୍ଥନ କରିଥିଲେ । ପରେ ପରେ କାନାଡ଼ା , ଚୀନ ମଧ୍ୟ ସମର୍ଥନ କରିଥିଲେ । ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ଯୋଗ ଦିବସକୁ ବିଶ୍ୱର ୧୯୩ଟି ଦେଶ ସମର୍ଥନ କରୁଛନ୍ତି । ପରେ ପରେ ସମଗ୍ର ପୃଥିବୀରେ ଆଧ୍ୟତ୍ମିକ ଗୁରୁ ଓ ଯୋଗ ଚିକିତ୍ସକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା ।
ସଂଯୁକ୍ତ ରାଷ୍ଟ୍ରର ଘୋଷଣା ପରେ ଶ୍ରୀ ଶ୍ରୀ ରବିଶଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ , ଦର୍ଶନ , ଧର୍ମ ଏବଂ ସଂସ୍କୃତି ବିନା ଗୋଟିଏ ରାଜ୍ୟର ଯେମିତି ପରିଚୟ ନଥାଏ , ସେହିପରି ସଂଯୁକ୍ତ ରାଷ୍ଟ୍ରର ଯୋଗ ବିଷୟରେ ଘୋଷଣା ପୂର୍ବରୁ ଏହା ଅନାଥ ପ୍ରାୟ ଥିଲା । ଯୋଗର ଉପକାରିତା ବିଷୟରେ କହି ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ ଯେ ,ନିୟମିତ ଯୋଗ କରିବା ଦ୍ୱାରା ଏହା ଆପଣଙ୍କୁ ପୁଣି ଏକ ଶିଶୁ ପରି କରିଦେବ । ତେଣୁ ଯୋଗକୁ ଆମକୁ ଘରେଘରେ ଆଦୃତ କରାଇ ସାରା ଦୁନିଆରୁ ଦୁଃଖରୁ ମୁକ୍ତି ଦେବା ଦରକାର ।

ପୂର୍ବରୁ ଯୋଗ ଓ ତା’ର ଉପକାରିତା ବିଷୟରେ କେହି ଜାଣିପାରୁନଥିଲେ । ମାତ୍ର ଦିନକୁ ଦିନ ଦେଶ ଓ ଦେଶ ବାହାରେ ଯୋଗ ବେଶ୍ ପରିଚିତ । ୨୦୧୫ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସକୁ ବିଶ୍ୱର କୋଣ ଅନୁକୋଣରେ ଉତ୍ସାହର ସହ ପାଳନ କରାଯାଇଥିଲା । ଭାରତ ପାଇଁ ଏହି ଦିନ ଥିଲା ଗୋଟିଏ ଖାସ୍ ଦିନ । କାରଣ ପ୍ରାଚୀନ କାଳରେ ଯୋଗର ଉତ୍ପତି ଆମ ଦେଶରୁ ହିଁ ହୋଇଥିଲା । ଏହା ଆମ ପାଇଁ ଏକ ଗର୍ବ ଓ ଗøରବର ବିଷୟ ଅଟେ ।
୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ , ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା । ଏହା ଶରୀର ଓ ମନ ପାଇଁ ଏକ ଅମୂଲ୍ୟ ଉପହାର । ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ବହୁତ ସାମଞ୍ଜସ୍ୟ ରହିଛି । ପ୍ରକୃତି ଶରୀରକୁ ସୁସ୍ଥ ରଖିବା ସହ ଏହା ମନ ,ବିଚାର ଉପରେ ସଂଯମତା ରକ୍ଷା କରେ । କିନ୍ତୁ ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଘଟୁଛି । ତେଣୁ ଆମକୁ ପ୍ରକୃତି ସହ ଖାପଖୁଆଇ ଚଳିବାକୁ ପଡ଼ିବ । ଏଥିପାଇଁ ଆମକୁ ଯୋଗ କରିବାକୁ ପଡ଼ିବ । ଏହାଦ୍ୱାରା ଆମେ ନିଜର ଶରୀରକୁ ସୁସ୍ଥ ରଖି ପାରିବା ଓ ନିଜ ମନ ଓ ବିଚାର ଉପରେ ମଧ୍ୟ ସଂଯମତା ରକ୍ଷା କରିପାରିବା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking