28.1 C
Bhubaneswar
Thursday, March 28, 2024
Homeଓଡିଶାରଜ ସହ ବସୁମତୀ ସ୍ନାନର କଣ ସମ୍ବନ୍ଧ ରହିଛି

ରଜ ସହ ବସୁମତୀ ସ୍ନାନର କଣ ସମ୍ବନ୍ଧ ରହିଛି

ଭୁବନେଶ୍ୱର: ପ୍ରତିବର୍ଷ ଜୁନ ମାସର ମଧ୍ୟଭାଗରେ ପଡିଥାଏ ପ୍ରସିଦ୍ଧ ରଜପର୍ବ । ଏହାକୁ ନେଇ ସମସ୍ତେ ଅତି ଉତ୍ସାହିତ ଥାଆନ୍ତି । ବିଶେଷ ଭାବରେ ଯୁବତୀମାନେ ଅତି ଆନନ୍ଦିତ ଥାନ୍ତି ଏହାକୁ ନେଇ । ନୂଆ ନୂଆ ଡ୍ରେସ ପିନ୍ଧିବା ସହ ପାଦରେ ଅଳତା ଲଗାଇ ସବୁଆଡେ ବୁଲିଥାନ୍ତି । ଆଉ ନାନା ପ୍ରକାରର ପିଠା ଖାଇଥାନ୍ତି । ଯାହା ମଧ୍ୟରେ ପୋଡ ପିଠା ଅନ୍ୟତମ । ଗାଁ ଠୁ ସହର ଯାଏଁ ପ୍ରତି ଘର ପିଠାପଣାରେ ମହକୁଥାଏ । ସାଧାରଣ ଭାବେ ଏହା ହେଉଛି କୃଷି ଭିତ୍ତିକ ପର୍ବ । ରଜରୁ ହିଁ ବର୍ଷାର ଆଗମନ ହେବା ସହ ଚାଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଥାଏ । ବିଭିନ୍ନ ଜାଗାରେ ରଜ ପାଇଁ ବିଶେଷ ଧରଣର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ । ତେବେ ତିନି ଦିନ ଧରି ରଜ ପର୍ବ ପାଳନ କରାଯାଇଥାଏ । ଏହି ତିନି ଦିନ ଯୁବତୀମାନଙ୍କୁ କାମରୁ ବିରତ ରଖାଯାଏ । କାରଣ ବିଶ୍ୱାସ ରହିଛି ଏହି ଦିନ ଧରିତ୍ରୀ ମା ମାସିକ ଧର୍ମ ପାଳନ କରନ୍ତି ।

ସେଥିପାଇଁ ଯୁବତୀମାନେ ମାଟିରେ ବି ଚାଲିବାକୁ ବାରଣ କରାଯାଏ । ‘ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ’ ଗୀତ ଗାଇ ଏହି ପର୍ବକୁ ଉପଭୋଗ କରିଥାନ୍ତି । ମା ବସୁମତୀ ରଜସ୍ୱାଳା ହୋଇଥିବାରୁ ସେହି ଶବ୍ଦରୁ ‘ରଜ’ ଶବ୍ଦଟି ଆସିଛି । ନାରାୟଣଙ୍କ ପତ୍ନୀ ଲକ୍ଷ୍‌ମୀ ଏହି ତିନି ଦିନକୁ ନିଜର ମାସିକ ଧର୍ମା ଭାବେ ପାଳନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ଲଗାଇ ଝିଅ ବୋହୂମାନେ ଏହାର ମଜା ନେଇଥାନ୍ତି । ଏହି ତିନି ଦିନ ଯାକ ଖାଲି ପାଦରେ କେହି ମାଟିରେ ଚାଲନ୍ତି ନାହିଁ । ତିନି ଦିନ ଯାକ ପିଠା ଆଉ ମିଠାରେ କଟିଯାଏ । ବିଭିନ୍ନ ପ୍ରକାର ପିଠା ମଧ୍ୟରୁ ପୋଡ ପିଠା, ମୁଆଁ ପିଠା ଆଉ ଚକୁଳି ପିଠା କରାଯାଏ । ଖାଲି ପିଠା ନୁହେଁ, ବରଂ ରଜପାନ ର ମଜା ନିଅନ୍ତେ ସମସ୍ତେ । ରଜର ଚତୁର୍ଥ ଦିନକୁ ବସୁମତୀ ଗାଧୁଆ ବା ବସୁମତୀ ସ୍ନାନ ବୋଲି କୁହାଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking