35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ, ସେବା ଆରମ୍ଭ କରିବା ପାଇଁ ଅପିଲ କଲା ତାଲିବାନ୍

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ, ସେବା ଆରମ୍ଭ କରିବା ପାଇଁ ଅପିଲ କଲା ତାଲିବାନ୍

କାବୁଲ : କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ। ଏୟାରପୋର୍ଟର ସମସ୍ୟା ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌ସକୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯତ୍ରୀବାହୀ ବିମାନ ଓ ସହାୟତା ଆଣୁଥିବା ବିମାନ କାବୁଲ ଏୟାରପୋର୍ଟରୁ ଯାତାୟାତ କରୁଛନ୍ତି। ସ୍ୱାଭାବିକ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇ ନାହିଁ । ଏୟାରପୋର୍ଟ ଠିକ ହେବା ପରେ ଅନ୍ତର୍ଜାତୀୟ ଉଡ଼ାଣ ସ୍ୱାଭାବିକ ହେବ ବୋଲି ଆଶା ରଖିଛି ତାଲିବାନ । ଆମେରିକାର ଉଦ୍ଧାର କାର୍ଯ୍ୟ ବନ୍ଦ ହେବା ପରେ କାବୁଲ ଏୟାରପୋର୍ଟରୁ ବିମାନ ଚଳାଚଳ ବନ୍ଦ ହୋଇ ଯାଇଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଏୟାରପୋର୍ଟ। ମରାମତି ପରେ ପୁଣି କାର୍ଯ୍ୟକ୍ଷମ ହୋଇଥିବା ତାଲିବାନ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking