21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶମାର୍ଚ୍ଚ ମାସରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା, ଏହି କମ୍ପାନୀ କରୁଛି ଯୋଜନା

ମାର୍ଚ୍ଚ ମାସରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା, ଏହି କମ୍ପାନୀ କରୁଛି ଯୋଜନା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଏୟାରଲାଇନ୍ସ ଆସନ୍ତା ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ବଢ଼ାଇବାକୁ ପ୍ରସ୍ତୁତ ଅଛି। କାରଣ ଜେଟ୍ ଇନ୍ଧନର ଦର ଦ୍ରୁତ ଗତିରେ ବଢ଼ିଥିବାରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ୱସ୍ତ ସୂତରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆସନ୍ତା ମାର୍ଚ୍ଚ ମାସଠାରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ।

ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଠାରୁ ଅନ୍ତର୍ଜାତୀୟ ପଥରେ ୱାନ ୱେ ଟିକେଟ ପାଇଁ ସରଚାର୍ଜ ୧୮୦୦୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ଯାଏଁ ହୋଇପାରେ। ୨୦୨୧ ଏପ୍ରିଲରେ ଜେଟ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ବିମାନ ଭଡା ବଢ଼ିପାରେ। କୋଭିଡ-୧୯ କାରଣରୁ ତେଲର କମ ଦର ଯୋଗୁଁ ୨୦୨୦ ଏପ୍ରିଲରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ଶୂନ୍ୟରେ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking