22.1 C
Bhubaneswar
Tuesday, January 14, 2025
Homeଦେଶ ବିଦେଶଏମିତି ଏକ ନରସିଂହାର, ଯେଉଁଠି ଦୁଇ ସଂପ୍ରଦାୟ ଲଢେଇରେ ଚାଲିଯାଇଥିଲା ଲକ୍ଷାଧିକ ଜୀବନ

ଏମିତି ଏକ ନରସିଂହାର, ଯେଉଁଠି ଦୁଇ ସଂପ୍ରଦାୟ ଲଢେଇରେ ଚାଲିଯାଇଥିଲା ଲକ୍ଷାଧିକ ଜୀବନ

ନୂଆଦିଲ୍ଲୀ: ଇତିହାସ ଫର୍ଦ୍ଦରେ ଏମିତି ଅନେକ ନରସଂହାର  କାହାଣୀ ବିଷୟରେ ପଢିବାକୁ ମିଳେ, ଯାହାକୁ କେବେ ବି ଭୁଲହେବ ନାହିଁ । ଏମିତି କିଛି ନରସଂହାର ଆଫ୍ରିକା ଦେଶର ରବାଣ୍ଡାରେ ହୋଇଥିଲା । କୁହାଯାଏ ପ୍ରାୟ ୧୦୦ ଦିନ ଯାଏଁ ଚାଲିଥିବା ଏହି ଭୀଷଣ ନରସଂହାରରେ ଜମେ ଦୁଇ ଜଣ ନୁହେଁ, ବରଂ ପ୍ରାୟ  ୮ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଇତିହାସରେ ଯଦି ଏହାକୁ ସବୁଠୁ ବଡ ନରସଂହାର ବୋଲି କହିବା ତେବେ ଭୁଲ ହେବ ନାହିଁ ।
୧୯୯୪ ମସିହାରେ ରବାଣ୍ଡାର ରାଷ୍ଟ୍ରପତି ଜୁବେନଲ ହାବୟାରିମାନା  ଓ ବୁରୁଣ୍ଡୀ ରାଷ୍ଟ୍ରପତି  ସିପ୍ରେନଙ୍କ ହତ୍ୟା ପାଇଁ ଏହି ନରସଂହାରର ଆରମ୍ଭ ହୋଇଥିଲା । ପ୍ଲେନ କ୍ରାସ ହେବା କାରଣରୁ ଏହି ଦୁଇ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଥିଲା ।
ତେବେ ବର୍ତମାନ ପର୍ଯ୍ୟନ୍ତ ପ୍ରମାଣ ହୋଇପାରିନାହିଁ ଯେ, ପ୍ଲେନକୁ କ୍ରାସ କରାଇବା ପଛରେ କାହାର ହାତ ରହିଥିଲା । ହେଲେ କିଛି ଲୋକେ ଏଥିପାଇଁ ରବାଣ୍ଡା ହୁତୁ ଚରମପନ୍ଥୀଙ୍କୁ ଦାୟୀ ବୋଲି ଦର୍ଶାଇଥିଲେ । ଯେତେବେଳେ କି କିଛି ବ୍ୟକ୍ତିଙ୍କ କହିବାନୁସାରେ, ରବାଣ୍ଡା ପୌଟ୍ରିଏକ ଫ୍ରଣ୍ଟ ଏହି କାମ କରିଥିଲା । କାରଣ ଦୁଇ ରାଷ୍ଟ୍ରପତିଙ୍କ ସମ୍ବନ୍ଧ ହୁତୁ ସଂପ୍ରଦାୟ ସହ ଥିଲା । ସେଥିପାଇଁ ହୁତୁ ଚରମପନ୍ଥୀମାନେ ଏହି ହତ୍ୟା ପାଇଁ ରବାଣ୍ଡା ପୌଟ୍ରିଏକ ଫ୍ରଣ୍ଟକୁ ଦାୟି କରିଥିଲେ । ସେହିଭଳି ଆରପିଏଫ ର  ଅଭିଯୋଗ ଥିଲା ଯେ, ଜାହାଜକୁ ହୁତୁ ଚରମପନ୍ଥୀ କ୍ରାସ କରିଥିଲେ । ଯାହାଦ୍ୱାରା ସେମାନଙ୍କୁ ନରସଂହାର ର ଏକ ବାହାନା ମିଳିପାରିବ ।
ବାସ୍ତବରେ ଏହି ନରସଂହାର ତୁସ୍ତୀ ଓ ହୁତୁ ସଂପ୍ରଦାୟ ର ଲୋକଙ୍କ ମଧ୍ୟରେ ହୋଇତିବା ଏକ ଜାତୀୟ ସଂଘର୍ଷ । ଇତିହାସକାରଙ୍କ ଅନୁସାରେ, ୭ ଏପ୍ରିଲ ୧୯୯୪ରୁ ଆରମ୍ଭ କରି ଆସନ୍ତା ୧୦୦ ଦିନ ଯାଏଁ ଚାଲିଥିବା ଏହି ସଂଘର୍ଷରେ ହୁତୁ ସଂପ୍ରଦାୟର ଲୋକେ ତୁସ୍ତୀ ସଂପ୍ରଦାୟରୁ ଆସୁଥିବା ନିଜ ପଡୋଶୀ, ସଂପର୍କୀୟ , ଏମିତିକି ନିଜ ପତ୍ନୀଙ୍କୁ ବି ମାରିବା ଆରମ୍ଭ କରିଦେଇଥିଲେ ।
ହୁତୁ ସଂପ୍ରଦାୟର ଲୋକେ ତୁସ୍ତୀ ସଂପ୍ରଦାୟଙ୍କ ସହ ସମ୍ବନ୍ଧ ରଖିଥିବା ନିଜ ପତ୍ନୀଙ୍କୁ କେବଳ ତେିପାଇଁ ମାରିଦେଲେ, କାରଣ ଯଦି ସେମାନେ ଏମିତି କରିନଥାନ୍ତେ , ତେବେ ତାଙ୍କୁ ହିଁ ମାରି ଦିଆଯାଇଥାନ୍ତା । ଏତିକି ନୁହେଁ, ତୁସ୍ତୀ ସଂପ୍ରଦାୟର ଲକୋଙ୍କୁ ହତ୍ୟା ତ କରାଗଲା, ଏହାସହିତ ଏହି ସଂପ୍ରଦାୟ ସହ ସଂପର୍କ ରଖିଥିବା ମହିଳାଙ୍କୁ ଯୌନ ଦାସୀ ବନାଇ ରଖାଗଲା ।
ତେବେ ଖାଲି ଏମିତି ନୁହେଁ, ଯେ ଏହି ନରସଂହାରରେ କେବଳ ତୁସ୍ତୀ ସଂପ୍ରଦାୟର ଲୋକଙ୍କ ହତ୍ୟା ହେଲା । ହୁତୁ ସଂପ୍ରଦାୟର ବି ହଜାର ହଜାର ଲୋକ ଏତିରେ ପ୍ରାଣ ହାରିଥିଲେ । ଏହି ନରସଂହାରରୁ ରକ୍ଷା ପାଇବା ପାଇଁ ରବାଣ୍ଡା ବାସୀ ଅନ୍ୟ ଦେଶରେ ଶରଣ ପଶିଥିଲେ ।
ରବାଣ୍ଡା ନରସଂହାରର ପ୍ରାୟ ୭ ବର୍ଷ ପରେ ଅର୍ଥାତ ୨୦୦୨ରେ ଏକ ଅନ୍ତରାଷ୍ଟ୍ରୀୟ ଅପରାଧ ଅଦାଲତର ଗଠନ ହୋଇଥିଲା । ଯାହାଦ୍ୱାରା ହତ୍ୟା ପାଇଁ ଦୋଷୀଙ୍କୁ ଦଣ୍ଡି ଦିଆଯାଇପାରିବ । ହେଲେ ସେଠାରେ ଦୋଷୀହ୍‌କୁ ଦଣ୍ଡି ମିଲିପାରିଲା ନାହିଁ । ଏହାପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ତାଂଜାନିଆରେ ଏକ ଇମ୍‌ଟରନୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଯେଉଁଠି ଅନେକ ଲୋକଙ୍କୁ ନରସଂହାର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଇଥିଲା । ଏହାବାଦ ରବାଣ୍ଡାରେ ବି ସାମାଜିକ ଅଦାଲତ ଗଠନ କରାଯାଇଥିଲା । ନରସଂହାର ରେ ଦୋଷୀ ବ୍ୟକ୍ତିଙ୍କ ଉପରେ ମୋକଦମା ରୁଜୁ କରାଯାଇଥିଲା । କୁହାଯାଏ, ମୋକଦମା ଆରମ୍ଭ ହେବା ପୂର୍ବରୁ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଜେଲରେ ହିଁ ହୋଇଯାଇଥିଲା ।
ଜାତୀୟ ସଂଘର୍ଷରେ ହୋଇଥିବା ଏହି ନରସଂହାର ପରେ ରବାଣ୍ଡାରେ ଜନଜାତୀୟତା ବିଷୟରେ କହିବା ବେଆଇନ ହୋଇଗଲା । ଲୋକଙ୍କ ମଧ୍ୟରେ ଘୃଣା ଭାବ ପ୍ରଚାରିତ ନହେଉ ଏବଂ ରବାଣ୍ଡାକୁ ଏମିତି ଘଟଣାର ସାମ୍ନା କରିବାକୁ ନପଡୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking