35.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ; ଭିଟାମିନ୍ ଅଭାବ ଆଣେ ଆତ୍ମହତ୍ୟା ପ୍ରବଣତା

ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ; ଭିଟାମିନ୍ ଅଭାବ ଆଣେ ଆତ୍ମହତ୍ୟା ପ୍ରବଣତା

ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି । ଏଥିଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍‌ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ । ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ। ମିଚିଗାନ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍ ଏବଂ ସ୍ୱିଡେନର ଲୁଣ୍ଡ ୟୁନିର୍ଭସିଟିର ଗବେଷକମାନେ କରିଥିବା ଏକ ଗବେଷଣାରୁ ଏହି କଥା ପ୍ରକାଶ କରିଛନ୍ତି । ଉକ୍ତ ଗବେଷଣାରେ ୫୯ ସ୍ୱିଡେନ ନାଗରିକଙ୍କୁ ସାମିଲ କରାଯାଇଥିଲା। ଯେଉଁମାନେ କି ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ସେମାନଙ୍କ ଉପରେ ଗବେଷଣା କରାଯିବା ସହ ସେମାନଙ୍କର ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯାଇଥିଲା । ସମସ୍ତ ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟକୁ ତିନିଟି ଗ୍ରୁପ୍ ମଧ୍ୟରେ ତୁଳନା କରାଯାଇଥିଲା । ଏଥିରୁ ଗୋଟିଏ ଗ୍ରୁପ୍ ମାନସିକ ସ୍ତରରେ ସୁସ୍ଥ ଥିବା ବେଳେ ଅବସାଦକୁ ସାମ୍ନା କରୁଥିଲେ। ଅନ୍ୟ ଏକ ଗ୍ରୁପ୍ ଅବସାଦରେ ପୀଡ଼ିତ ଥିଲେ ହେଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ନଥିଲେ । ସେହିପରି ତୃତୀୟ ଗ୍ରୁପ୍ ଆତ୍ମହତ୍ୟା କରିବା ଲୋକେ ଥିଲେ । ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ, ସେମାନଙ୍କଠାରେ ଭିଟାମିନ୍‌- ଡିର ଅଭାବ ଥିଲା । ତେଣୁ ଏହି ଅଭାବ ଦୂର କରିବା ଲାଗି ଭିଟାମିନ୍‌- ଡି ସପ୍ଲିମେଣ୍ଟର ଆବଶ୍ୟକତା ଅଛି । ଏହାଦ୍ୱାରା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking