29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଏମିତି ଏକ ହ୍ରଦ, ଯାହାର ପାଣି ପିଇବା ପରେ ମୃତ୍ୟୁ ସୁନିଶ୍ଚିତ

ଏମିତି ଏକ ହ୍ରଦ, ଯାହାର ପାଣି ପିଇବା ପରେ ମୃତ୍ୟୁ ସୁନିଶ୍ଚିତ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ବିପଦପୂର୍ଣ୍ଣ ହ୍ରଦ ରହିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ଏମିତି ଏକ ବିପଦପୂର୍ଣ୍ଣ ହ୍ରଦ ଦକ୍ଷିଣ ଆଫ୍ରିକାର ଲିଂପୋପୋ ପ୍ରାନ୍ତରେ ରହିଛି । ଯାହାକୁ ଫୁନ୍ଦୁଜୀ ହ୍ରଦ ନାମରେ ଜଣାଯାଏ । ଏମିତି କୁହାଯାଏ, ଏହି ହ୍ରଦର ପାଣି ଯିଏ ପିଅନ୍ତି ସେ ବଂଚିପାରନ୍ତି ନାହିଁ । ବହୁତ ଜଲଦି ତାଙ୍କର ମୃତ୍ୟୁ ହୋଇଯାଏ ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାଚୀନ ସମୟରେ ଏହି ହ୍ରଦ ଦେଇ ଯାଉଥିବା ଜଣେ କୁଷ୍ଠ ରୋଗୀକୁ ସେଠାରେ ରହୁଥିବା ସ୍ଥାନୀୟ ଲୋକେ ଖାଦ୍ୟ  ଓ ଆଶ୍ରୟ ଦେବାକୁ ମନା କରିଦେଇଥିଲେ । ଯେଉଁଥିପାଇଁ ଉକ୍ତ ବ୍ୟକ୍ତି ଜଣକ ସେହି ଲୋକଙ୍କୁ ଅଭିଶାପ ଦେଇ  ହ୍ରଦ ଭିତରକୁ ପଶିଯାଇ ଗାୟବ ହୋଇଗଲା । ଲୋକେ କୁହନ୍ତି, ଏହି ହ୍ରଦ ଭିତରୁ ସକାଳୁ ସକାଳୁ ଡ୍ରମ ବଜାଇବା ଶବ୍ଦ, ପଶୁ ଓ ମଣିଷ ଚିତ୍କାର ଶବ୍ଦ ଆସିଥାଏ । ଲୋକେ ଏମିତି ମାନିଥାନ୍ତି, ଏହି ହ୍ରଦଟିର ସୁରକ୍ଷା ପାହାଡରେ ରହୁଥିବା ଏକ ବିଶାଳ ଅଜଗର କରିଥାଏ । ଯାହାକୁ ପ୍ରସନ୍ନ କରିବା ପାଇଁ ପ୍ରତିବର୍ଷ ବେନ୍ଦା ଆଦିବାସୀ ଏକ ମୃତ୍ୟୁ ଉତ୍ସବର ଆୟୋଜନ କରନ୍ତି । ଯେଉଁଥିରେ କୁଆଁରୀ ଝିଅମାନେ ନୃତ୍ୟ କରନ୍ତି ।
ଏହି ହ୍ରଦର ସୃଷ୍ଟି ପ୍ରାଚୀନ କାଳରେ ଭୂସ୍ଖଳନ ପାଇଁ ମୁଟାଳୀ ନଦୀ ପ୍ରବାହ ବନ୍ଦ ହେବା କାରଣରୁ ହୋଇଥିଲା । ଏବେ ଏହା ରହସ୍ୟ ହୋଇ ରହିଛି ଯେ, ନଦୀ ପାଣି ସଂପୂର୍ଣ୍ଣ ସ୍ୱଚ୍ଛ ହେବା ପରେ ବି ଏହାକୁ ପିଇବା ପରେ ଲୋକେ କାହିଁକି ମରିଯାଆନ୍ତି ।
ଆପଣଙ୍କୁ କହିରଖୁଛୁ, ଏହି ହ୍ରଦ ପାଣିର ରହସ୍ୟ ଜାଣିବା ପାଇଁ ଅନେକ ଥର ଚେଷ୍ଟା କରାଯାଇଛି । ହେଲେ ପ୍ରତିଥର ଗବେଷକମାନଙ୍କୁ ଅସଫଳ ହେବାକୁ ପଡିଛି । କୁହାଯାଏ ୧୯୪୬ ମସିହାରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଏଣ୍ଡି ଲେଭିନ ନାମକ ଜଣେ ବ୍ୟକ୍ତି ଏଠାକୁ ଆସିଥିଲେ । ସେ ସେଠାରୁ କିଛି ପାଣି ଓ ଉଦ୍ଭିଦ ଚାରା ନେଇ ଚାଲିଗଲେ । ହେଲେ ଅଚାନକ ଭାବରେ ବାଟବଣା ହୋଇଗଲେ । ଏମିତି ତାଙ୍କ ସହ ଅନେକ ଥର ହେଲା । ଏଣ୍ଡୀ ଲେଭିନ ଯେତେବେଳେ ପାଣି ଓ ଉଦ୍ଭିଦ ଚାରା ଫିଙ୍ଗିଦେଲେ , ତା ପରେ ହିଁ ତାଙ୍କୁ ରାସ୍ତା ଦେଖାଗଲା । ଆଉ  ମାତ୍ର ଗୋଟିଏ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଗଲା ।
ତେବେ  ଏହି ହ୍ରଦର ପାଣି ଆଜି ବି ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି । ଅଧିକାଂଶ ଲୋକେ ହ୍ରଦର ପାଣି ପଛରେ କିଛି ବିଷାକ୍ତ ଗ୍ୟାସ ଥିବା କୁହନ୍ତି । ହେଲେ ଏନେଇ କୌଣସି ଶକ୍ତ ପ୍ରମାଣ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking