26.1 C
Bhubaneswar
Sunday, October 6, 2024
Homeଓଡିଶାଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଭୁବନେଶ୍ୱର : ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ
ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ
ଅଧିକାର କରିଛି ।
ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା ।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା ।
ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ
ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍‌ର ସେମିଫାଇନାଲ ରେ ସୋଆର
ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ ।
ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ଙ୍କୁ
ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ନିମନ୍ତେ
ପ୍ରୋତ୍ସାହନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking