34.1 C
Bhubaneswar
Tuesday, April 8, 2025
Homeଦେଶ ବିଦେଶଟ୍ରେନ୍ କୋଚ୍ ଭିତରେ କରିପାରିବେ ନାହିଁ ଇନଷ୍ଟାରିଲ୍ ଓ ଭିଡିଓ, ଟ୍ଵିଟ୍ କରି ଅନୁରୋଧ କଲା...

ଟ୍ରେନ୍ କୋଚ୍ ଭିତରେ କରିପାରିବେ ନାହିଁ ଇନଷ୍ଟାରିଲ୍ ଓ ଭିଡିଓ, ଟ୍ଵିଟ୍ କରି ଅନୁରୋଧ କଲା ଦିଲ୍ଲୀ ମେଟ୍ରୋ

ନୂଆଦିଲ୍ଲୀ:ଆଜିକାଲି ଦିଲ୍ଲୀ ମେଟ୍ରୋର କୋଚ୍ ଭିତରେ ଇନଷ୍ଟାଗ୍ରାମ ରିଲ୍ ଓ ଭିଡିଓ ତିଆରି କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଦିଲ୍ଲୀ ମେଟ୍ରୋର କୋଚରେ ଭିଡିଓ ଓ ରିଲ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଊଗଜଉ ତରଫରୁ ଭିଡିଓ ଓ ରିଲ୍ ନ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। କହି ରଖୁଛୁ, ମେଟ୍ରୋ କୋଚ୍ ଭିତରେ ରିଲ୍ ଓ ଭିଡିଓ ତିଆରି କରିବା ହୁଏତ ଜଣଙ୍କ ପାଇଁ ଲାଇକ୍ ଏବଂ ଭ୍ୟୁଜ୍ ଦୃଷ୍ଟିରୁ ଠିକ୍ ହୋଇପାରେ, କିନ୍ତୁ ଏଥିଯୋଗୁ ଅନ୍ୟ ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ମେଟ୍ରୋ ଭିତରେ ରିଲ ଓ ଭିଡିଓ ତିଆରି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ପୂର୍ବରୁ ମଧ୍ୟ ଅନେବ ବାର ଦିଲ୍ଲୀ ମେଟ୍ରୋ ପକ୍ଷରୁ କୋଚ୍ ଭିତରେ ଭିଡିଓ ନ କରିବାକୁ ଚେତାବନୀ ଜାରି କରାଯାଇଛି। କିନ୍ତୁ ଏହାର କୌଣସି ଖାସ୍ ପ୍ରଭାବ ପଡ଼ି ନାହିଁ, ଯାହାଫଳରେ କି, ଅନେକ ସମୟରେ ମେଟ୍ରୋ କୋଚ୍ ଭିତରେ ରିଲ୍ ତିଆରିର ଭିଡିଓ ସାମ୍ନାକୁ ଆସିଛି। ସୋମବାର ଦିଲ୍ଲୀ ମେଟ୍ରୋ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ଭିଡିଓ ରେକର୍ଡ କରିବା ଉପରେ ରୋକ୍ ଲଗାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking