ପୁରୀ : ଦିନକୁ ଦିନ ପାଖେଇ ଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଏବଂ ସ୍ନାନ ପୁର୍ଣିମା । ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ପୁରୀକୁ । ଏନେଇ ତତ୍ପର ପୋଲିସ ପ୍ରଶାସନ । ଭକ୍ତ ଓ ପର୍ଯ୍ୟଟକ ମାନେ କିପରି ଏକ ସୁଖଦ ଅନୁଭୂତି ନେଇ ଫେରିପାରିବେ ସେ ନେଇ ଯତ୍ନଶୀଳ ପୋଲିସ ପ୍ରଶାସନ ।
ପୁରୀରେ ଥିବା ବିଭିନ୍ନ ହୋଟେଲ ଓ ଲଜ ଗୁଡିକରେ ପର୍ଯାୟ କ୍ରମେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ସମୟରେ ହୋଟେଲ ଓ ଲଜରେ ରହୁଥିବା ପର୍ଯ୍ୟଟକଙ୍କ କାଗଜପତ୍ର ଓ ହୋଟେଲରେ ଲାଗିଥିବା ସିସିଟିଭି ଠିକ ଭାବରେ କାମ କରୁଛି କି ନାହିଁ ଦେଖିବା ଏବଂ ଯଦି ପର୍ଯ୍ୟଟକ ମାନେ କୋ?ଣସି ଅସୁବିଧାର ସମୁଖିନ୍ନ ହୁଅନ୍ତି ତେବେ ସଂଗେ ସଂଗେ ପୋଲିସ ସହ ଯୋଗାଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏନେଇ ନମ୍ବର ହୋଟେଲ ର ରିସେପସନ ରେ ଲଗାଇବା ପାଇଁ ନିର୍ଦେଶ ଦିଆଯାଇଥିଲା ।