36.1 C
Bhubaneswar
Sunday, May 19, 2024
Homeଓଡିଶାଆହତ ଯବାନ ଭୁବନେଶ୍ୱର ଏମସରେ ଭର୍ତ୍ତି

ଆହତ ଯବାନ ଭୁବନେଶ୍ୱର ଏମସରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁତର ୨ ଆହତ ଯବାନ ଭୁବନେଶ୍ୱରରେ ପହଂଚିଛନ୍ତି । ୨ ଯବାନଙ୍କୁ ଏୟାରଲିଫ୍ଟ କରି ଆଣିଥିଲେ ନିଜେ ପୋଲିସ ଡିଜି ଅଭୟ । କୋରାପୁଟ, ମାଲକାନଗିରି ଗସ୍ତରେ ଥିବା ଡିଜିପି ଏୟାରଲିଫ୍ଟ କରି ଆଣିଥିଲେ । ଗସ୍ତ ବାତିଲ କରି ଘଟଣାସ୍ଥଳରୁ ଏୟାରଲିଫ୍ଟ କରିଥିଲେ । ୨ ଆହତ ଯବାନଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି । ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ରହିଛି ।
ଅନ୍ୟପଟେ ଆହତ ଯବାନଙ୍କୁ ଧରି ଭୁବନେଶ୍ୱରରେ ପହଂଚିବା ପରେ ଡିଜିପି ସୂଚନା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଏୟାରଲିଫ୍ଟ କାର୍ଯ୍ୟରେ ୩ ଜଣଙ୍କୁ ପ୍ରଂଶସା କରାଯିବା ଉଚିତ । ବିଶେଷଭାବରେ ବିଏସଏଫର ପାଇଲଟ ପଣ୍ଡିତଙ୍କୁ ସେ ପ୍ରଂଶସା କରିଛନ୍ତି । ପାଦେଲପଡା ଭଳି ଛୋଟ ସ୍ଥାନରେ ହେଲିକପ୍ଟର ଲ୍ୟାଣ୍ଡ ସେ କରାଇଥିଲେ । ସିଆରପିଏଫର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଂଶସା କରିଛନ୍ତି । ଡାକ୍ତର ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେ ସାଙ୍ଗରେ ଆସିଛନ୍ତି ।
ସୂଚନାଯୋଗ୍ୟ, ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ଗୁଳି ବିନିମୟ ଚାଲିଛି । ତେବେ ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking