27.1 C
Bhubaneswar
Saturday, July 27, 2024
Homeଅପରାଧପୁଅର ପ୍ରେମ ପାଇଁ ମା’ ଉପରେ ଅମାନବୀୟ ଅତ୍ୟାଚାର

ପୁଅର ପ୍ରେମ ପାଇଁ ମା’ ଉପରେ ଅମାନବୀୟ ଅତ୍ୟାଚାର

ବେଙ୍ଗାଲୁରୁ: ପୁଅ ପ୍ରେମରୁ ମାଆ ଉପରେ ଅକଥନୀୟ ଅତ୍ୟାଚାର । ରାସ୍ତାରେ ଉଲଗ୍ନ କରି ଚଲାଇବା ସହ ଖୁଣ୍ଟରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କର୍ଣ୍ଣାଟକର ବେଲଗାମ ଅଞ୍ଚଳରେ । ଆହତ ଅବସ୍ଥାରେ ମହିଳା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାରେ ୭ ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି । ଏଭଳି ଘଟଣାକୁ କଡା ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

କର୍ଣ୍ଣାଟକ ଗୃହମନ୍ତ୍ରୀ ବେଲଗାମ ହସ୍ପିଟାଲରେ ମହିଳାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଅତି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, କର୍ଣ୍ଣାଟକର ବେଲଗାମ ଅଞ୍ଚଳରେ ଜଣେ ୨୪ ବର୍ଷୀୟ ଯୁବକ ଅନ୍ୟଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ କୌଣସି ଯୁବକ ଜଣଙ୍କ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ଏହାକୁ ନେଇ ଯୁବତୀଙ୍କ ଘର ଲୋକେ ଯୁବକଙ୍କ ମାଆ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ତାଙ୍କୁ ରାସ୍ତାରେ ଉଲଗ୍ନ କରି ଚଳାଇବା ସହ ଏକ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଘରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି । ତେବେ ପୋଲିସ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବେଲଗାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆଲୋଡନ ଖେଳିଯାଇଛି । ଅନ୍ୟପଟେ ଏହି ଅମାନବୀୟ ଘଟଣାକୁ ନେଇ ଗୃହମନ୍ତ୍ରୀ ଜି ପରମେଶ୍ୱର ପ୍ରତିକ୍ରିୟା ରଖିଛନ୍ତି । ଏହାପୂର୍ବରୁ ଗୃହମନ୍ତ୍ରୀ ବେଲଗାମ୍ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରି ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କ ସହ ପୋଲିସ କମିଶନର ଏସ.ଏନ୍ ସିଦ୍ଧରମପ୍ପା, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ମଧ୍ୟ ମହିଳାଙ୍କୁ ଭେଟିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜି ପରମେଶ୍ୱର କହିଛନ୍ତି ଯେ, ପ୍ରେମ ବ୍ୟାପାରୁ ଏଭଳି ଘଟିଥିବା ଜଣାପଡିଛି । ମହିଳାଙ୍କର ୨୪ ବର୍ଷୀୟ ପୁଅ ଜଣେ ମହିଳାଙ୍କୁ ପ୍ରେମ କରୁଥିବାରୁ ତାଙ୍କୁ ଘରୁ ନେଇ ପଳାଇଯାଇଥିଲେ । ଯେଉଁଥିରେ ଝିଅର ସମ୍ପର୍କୀୟ ପାଖାପାଖି ୮ରୁ ୧୦ଜଣ ବ୍ୟକ୍ତି ମହିଳାଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି । ମହିଳାଙ୍କୁ ଉଲଗ୍ନ କରି ଏକ ପୋଲରେ ବାନ୍ଧି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking