26.1 C
Bhubaneswar
Tuesday, September 17, 2024
Homeଖେଳନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମ୍‌ଦାର ବୋଲିଂ, ୯୯ ରନ୍‌ରେ ଅଟକାଇଲା ଟିମ୍‌ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦମ୍‌ଦାର ବୋଲିଂ, ୯୯ ରନ୍‌ରେ ଅଟକାଇଲା ଟିମ୍‌ ଇଣ୍ଡିଆ

ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ଦମଦାର ବୋଲିଂ କରିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବା‌ଜପେୟୀ ଏକାନା କ୍ରିକେଟ୍‌ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ସମସ୍ତ ବୋଲର ଭଲ ବୋଲିଂ ଓ ଫିଲ୍ଡିଂ କରିଛନ୍ତି। ଭାରତୀୟ ଟିମ୍‌ ୯୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ଅଟକାଇଛି। ଟସ୍‌ ଜିଣି ଅତିଥି ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୯୯ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ନ୍ୟୁଜିଲାଣ୍ଡ ପାଇଁ ମିଚେଲ ସଣ୍ଟନର ବ୍ୟକ୍ତିଗତ ଭାବେ ସର୍ବାଧିକ ୧୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ମାର୍କ ଚାମ୍ପମ୍ୟାନ ଓ ମିଚେଲ ବ୍ରାସୱେଲ ୧୪-୧୪ ରନ୍‌ ‌ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ଫିନ୍‌ ଆଲେନ୍‌ ଓ ଡେୱନ କନ୍‌ୱେ ୧୧ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ହୁଦା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking