24.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶତୁର୍କୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଡ୍ରୋନ୍‌

ତୁର୍କୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଡ୍ରୋନ୍‌

ଚେନ୍ନାଇ: ତୁର୍କୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଏରୋସ୍ପେସ୍ ଡ୍ରୋନ୍ । ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନଡିଆରଏଫ) ଦ୍ୱାରା ଭୂକମ୍ପ ପ୍ରଭାବିତ ତୁର୍କୀରେ ଉଦ୍ଧାର କାର୍ଯ୍ୟରେ ଗରୁଡ ଏରୋସ୍ପେସ୍ର ଡ୍ରୋନ୍ ନିୟୋଜିତ ହେବ । ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ଦେଶକୁ ଏନଡିଆରଏଫ ଓ ମେଡିକାଲ୍ ଟିମ୍ ପଠାଇ ଥିବାବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଗରୁଡ । ଗରୁଡ ଏରୋସ୍ପେସର ସିଇଓ ଅଗ୍ନିଶ୍ୱର ଜୟପ୍ରକାଶ କହିଛନ୍ତି ଯେ, “ଗରୁଡ ଏରୋସ୍ପେସ୍ ସଙ୍କଟ ସମୟରେ ସର୍ବଦା ଆଗକୁ ବଢିଛି ଏବଂ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଡ୍ରୋନ୍ ନିୟୋଜିତ କରି ବ୍ୟାପକ ପ୍ରଭାବ ସୃଷ୍ଟି କରିଛି । ତୁର୍କୀରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗରୁଡ ଏରୋସ୍ପେସ୍ ମଧ୍ୟ ଡ୍ରୋନ୍ ନିୟୋଜିତ କରିବ ।”

ତେବେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଅନୁମୋଦିତ ଡ୍ରୋନ୍ ଯୋଗାଇବାକୁ ଏନଡିଆରଏଫ ଗରୁଡ ଏରୋସ୍ପେସ୍କୁ ଅନୁରୋଧ କରିଥିଲା । ସହର ଭିତ୍ତିକ ସେବା ଯୋଗାଣକାରୀ ଡ୍ରୋନ୍ ଷ୍ଟାର୍ଟ ଅପ୍ ଗରୁଡ ଏରୋସ୍ପେସ୍ ସେମାନଙ୍କର ଡ୍ରୋନି ଡ୍ରୋନ୍କୁ ତୁର୍କୀର ଅଧିକ ପ୍ରଭାବିତ ଅଞ୍ଚଳରେ ନଜର ରଖିବା ପାଇଁ ନିୟୋଜିତ କରିବ । ଯେଉଁ ସ୍ଥାନରେ ଲୋକମାନେ ଭଗ୍ନ କୋଠା ତଳେ ଫସି ରହିଛନ୍ତି ସେଠାରେ ଏହି କିସାନ୍ ଡ୍ରୋନ୍ ପହଞ୍ଚି ପରିବହନ ଭାର ବହନ କରିବ । ଏଥିସହ ପ୍ରଭାବିତ ଲୋକଙ୍କୁ ଜରୁରୀ ଔଷଧ, ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ । ଏହାପୂର୍ବରୁ, ଗରୁଡ ଏରୋସ୍ପେସ୍ ଉତ୍ତରାଖଣ୍ଡରେ ଥିବା ଚାମୋଲି ଗ୍ଲେସିୟର ବିପର୍ଯ୍ୟୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଡ୍ରୋନ୍ ନିୟୋଜିତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking