26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶନ୍ୟୁୟର୍କରେ ଆଖି ବୁଜିଲେ ଭାରତୀୟ ଯୁବକ

ନ୍ୟୁୟର୍କରେ ଆଖି ବୁଜିଲେ ଭାରତୀୟ ଯୁବକ

ୱାଶିଂଟନ: ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ହାର୍ଲେନ ସହର ସ୍ଥିତ ଏକ ଆପାର୍ଟମେଣ୍ଟରେ ଗତ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ଲିଥିୟମ-ଆୟନ ବ୍ୟାଟେରୀ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ୧୭ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଖବର ମଧ୍ୟ ଆସିଛି । ମୃତକ ଜଣଙ୍କ ସେଠାରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ ବୋଲି କୁହାଯାଉଛି ।

ଭାରତୀୟ ଦୂତାବାସ ପକ୍ଷରୁ ମୃତ ଭାରତୀୟ ନାଗରିକଙ୍କ ପରିଚୟ ପ୍ରଦାନ କରାଯାଇଛି । ତାଙ୍କ ନାଁ ଫାଜିଲ ଖାନ ବୋଲି ଜଣାପଡିଥିବାବେଳେ ବୟସ ୨୭ ବର୍ଷ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଫାଜିଲଙ୍କ ସାଙ୍ଗ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଥିବା ନେଇ ଦୂତାବାସ ପକ୍ଷରୁ କୁହାଯାଇଛି । ଏହାସହ ବର୍ତ୍ତମାନ ସ୍ଥିତିରେ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରୟାସ କରାଯାଉଥିବା ନେଇ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ଶୋକ ପ୍ରକାଶ କରିଛି ଭାରତୀୟ ଦୂତାବାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking