35.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଆମେରିକାରେ ଭାରତୀୟ ଛାତ୍ର ଗିରଫ; ଭିସା ବାତିଲ କଲେ ୟୁଏସ୍ ସରକାର

ଆମେରିକାରେ ଭାରତୀୟ ଛାତ୍ର ଗିରଫ; ଭିସା ବାତିଲ କଲେ ୟୁଏସ୍ ସରକାର

ୱାଶିଂଟନ୍ : ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଭାରତୀୟ ଛାତ୍ରଙ୍କ ନାମ ବଦର ଖାନ୍ ସୁରୀ। ସେ ସେଠାରେ ଜଣେ ପୋଷ୍ଟ ଡକ୍ଟରେଟ୍ ଫେଲୋ ଥିଲେ। ଏବେ ତାଙ୍କୁ ସେଠାରେ ଗିରଫ କରାଯାଇଥିବା ବେଳେ ତାଙ୍କୁ ଏବେ ଆମେରିକାରୁ ବିତାଡ଼ିତ କରାଯିବ। ଖାନଙ୍କ ଓକିଲଙ୍କ କହିବାନୁସାରେ, ଖାନଙ୍କୁ ସୋମବାର ରାତିରେ ଭର୍ଜିନିଆସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଖବର ଅନୁଯାୟୀ, କିଛି ମୁଖା ପିନ୍ଧିଥିବା ଲୋକ ତାଙ୍କୁ ଗିରଫ କରିବାକୁ ଆସିଥିଲେ। ଗିରଫଦାରୀ କାଗଜପତ୍ର ଅନୁଯାୟୀ, ମୁଖାପିନ୍ଧା ଏଜେଣ୍ଟମାନେ ନିଜକୁ ହୋମ୍‌ଲାଣ୍ଡ ସୁରକ୍ଷା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ଖାନ୍‌ଙ୍କୁ କହିଥିଲେ ଯେ, ସରକାର ତାଙ୍କ ଭିସା ବାତିଲ କରି ଦେଇଛନ୍ତି। ସୁରୀଙ୍କ ମୁକ୍ତି ପାଇଁ ତାଙ୍କ ଓକିଲ ହସନ ଅହମ୍ମଦ ଦାଖଲ କରିଥିବା ଆବେଦନରେ ଯୁକ୍ତି କରିଛନ୍ତି ଯେ, ସୁରୀଙ୍କ ପତ୍ନୀ ପାଲେଷ୍ଟାଇନ ବଂଶୋଦ୍ଭବ ଏବଂ ଆମେରିକୀୟ ନାଗରିକ, ଏହି କାରଣରୁ ତାଙ୍କୁ ଗିରଫ କରାଯାଇଛି। ସରକାର ସନ୍ଦେହ କରୁଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରତି ଆମେରିକାର ବୈଦେଶିକ ନୀତିକୁ ବିରୋଧ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking