28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଜାହାଜରୁ ଭାରତୀୟ ନୌସେନା ନାବିକ ନିଖୋଜ

ଜାହାଜରୁ ଭାରତୀୟ ନୌସେନା ନାବିକ ନିଖୋଜ

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ ତାରିଖରୁ ‌ଭାରତୀୟ ନୌସେନାର ଏକ ଜାହାଜରୁ ଜଣେ ନାବିକ ନିଖୋଜ ହୋଇଛନ୍ତି । ତାଙ୍କୁ ଠାବ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଆରମ୍ଭ କରାଯାଇଛି । ମୁମ୍ବାଇରେ ମୁଖ୍ୟାଳୟ ଥିବା ୱେଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ କହିଛି ଯେ, ନିଖୋଜ ନାବିକଙ୍କ ନାଁ ସାହିଲ୍‌ ବର୍ମା। ଏଭଳି ଦୁଃଖଦାୟକ ଘଟଣାର ତଦନ୍ତ ଲାଗି ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି। ‘ଏକ୍ସ୍‌’ ଜରିଆରେ ପୋଷ୍ଟ କରି ୱେଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ କହିଛନ୍ତି , ଏକ ଦୁଃଖଦ ଘଟଣାରେ ଫେବ୍ରୁଆରି ୨୭ ତାରିଖରୁ ଦ୍ବିତୀୟ ସିମ୍ୟାନ୍‌ ସାହିଲ୍‌ ବର୍ମା ସମୁଦ୍ରରେ ଗୋଟାଏ ଭାରତୀୟ ନୌସେନା ଜାହାଜରୁ ନିଖୋଜ ହୋଇଯାଇଛନ୍ତି। ଜାହାଜ ଓ ବିମାନ ସହ ନୌସେନା ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଛି। ଏବଂ ଏବେ ମଧ୍ୟ ସେ ତଲାସ ଅଭିଯାନ ଜାରି ରହିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ‘ନାଭାଲ୍‌ ବୋର୍ଡ଼ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking