31.1 C
Bhubaneswar
Sunday, May 19, 2024
Homeଖେଳହକିରେ ଭାରତକୁ ମିଳିଲା ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବିଜୟ ଲାଭ କରିଛି ଭାରତୀୟ ହକି ଟିମ୍ । ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ଜିତିଛି ପଦକ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନ୍ଜଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଅଲିମ୍ପିକ୍ସରେ ଭାରତ ୮ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking