27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ ଭାରତ ସରକାର

କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ ଭାରତ ସରକାର

ନୂଆଦିଲ୍ଲୀ:ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ା ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ । ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ କାନାଡ଼ା କୁଟନୀତିଜ୍ଞଙ୍କୁ ୫ ଦିନରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଭ୍ୟନ୍ତରୀଣ ବ୍ୟାପାର ଓ ଭାରତ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଏହାପୂର୍ବରୁ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ହତ୍ୟା ପାଇଁ ଭାରତକୁ ଦାୟୀ କରି ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର ।

ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରି ଆଜି ପ୍ରଥମେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର । ତେବେ କାନାଡ଼ାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଥିଲା । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ, ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking