29.1 C
Bhubaneswar
Monday, June 30, 2025
Homeଦେଶ ବିଦେଶଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ କ୍ରିକେଟ ଦଳ ; ୩ ଫର୍ମାଟ, ୩ ଅଧିନାୟକ

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ କ୍ରିକେଟ ଦଳ ; ୩ ଫର୍ମାଟ, ୩ ଅଧିନାୟକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଆସନ୍ତା ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଉକ୍ତ ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ଟି ଯାକ ଫର୍ମାଟ୍‌ ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭିନ୍ନଭିନ୍ନ ଦଳ ମନୋନୟନ କରାଯାଇଛି। ସବୁଠାରୁ କୌତୁହଳର ବିଷୟ ହେଉଛି ୩ଟି ଯାକ ଫର୍ମାଟ ଲାଗି ବିସିସିଆଇ ୩ଜଣଙ୍କୁ ଅଧିନାୟକ ନିଯୁକ୍ତ କରିଛି।

ରୋହିତ ଶର୍ମା ଟେଷ୍ଟ, ଲୋକେଶ ରାହୁଲ ଦିନିକିଆ ଓ ସୂର୍ଯ୍ୟକୁମାର ଯାଦବ ଟି୨୦ର ନେତୃତ୍ବ ନେ​‌େ​ବ। ଯାହା ପୂର୍ବରୁ କେବେହେଲେ ଏଭଳି ଦେଖିବାକୁ ମିଳିନଥିଲା। ଗୋଟିଏ ଦେଶ ଗସ୍ତରେ ୩ଟି ଯାକ ଫର୍ମାଟରେ ୩ଜଣ ଅଧିନାୟକ ନିଯୁକ୍ତ ହେବା। ସୂର୍ଯ୍ୟକୁମାର ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ନେତୃତ୍ବ ନେଉଛନ୍ତି। ସେହିପରି ରାହୁଲଙ୍କ ନିକଟରେ ଅଧିନାୟକତ୍ବ ଅଭିଜ୍ଞତା ମଧ୍ୟ ରହିଛି।

ରୋହିତ ଆଗାମୀ ଦିନରେ ଟି୨୦ ଓ ଦିନିକିଆ କ୍ରିକେଟ ଖେଳିବା ନେଇ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଟି୨୦ ଓ ଦିନିକିଆରେ ନୂତନ ଅଧିନାୟକ ପ୍ରସ୍ତୁତି ନେଇ ଯୋଜନା କରିଛି। ଯାହା ଫଳରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭିନ୍ନଭିନ୍ନ ଅଧିନାୟକ ନିଯୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking