28.1 C
Bhubaneswar
Friday, June 21, 2024
Homeଦେଶ ବିଦେଶମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋ ସିଟି: ବିଦେଶରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା । ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା । ଲୁଟ କରିବା ପରେ ଭାରତୀୟ ନାଗରୀକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ସହ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣଆରେ ଅନ୍ୟ ଜଣେ ଆହତ ମଧ୍ୟ ହୋଇଛନ୍ତି । ଅଗଷ୍ଟ ୧୯ ରେ ମେକ୍ସିକୋ ସିଟିର ଆଲଗାରିନରେ ଏହି ଘଟଣା ଘଟିଥିଲା । ଅପରାଧିଙ୍କୁ ଧରିବା ପାଇଁ ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ମୃତକ ଓ ଆହତଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ । ରବିବାର ଟ୍ୱିଟ କରି ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ମେକ୍ସିକୋରେ ଥିବା ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ମୃତକଙ୍କ ପରିବାର ସହ ଯୋଗା ଯୋଗ କରାଯାଇଛି ।

ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ । ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଆମେ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ ଦାବି କରୁଛୁ । ମେକ୍ସିକୋ ସିଟି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଜଣେ ଭାରତୀୟ ନାଗରିକଙ୍କ ଠାରୁ ୧୦ ହଜାର ଡଲାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ୪ଜଣ ଦୁର୍ବୃତ୍ତ ଆସି ଭାରତୀୟ ନାଗରିକଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟିଥିଲେ । ପରେ ଗୁଳି କରି ହତ୍ୟା କରିଥିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜୁନ ୧୭ ତାରିଖରେ ସାଉଥ ଲଣ୍ଡନରେ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ମୃତକଙ୍କ ନାମ ଅରବିନ୍ଦ ଶଶିକୁମାର । ତାଙ୍କ ଘର କେରଳରେ । ଲଣ୍ଡନର ସାଉଥହମ୍ପଟନ ମାର୍ଗ ସ୍ଥିତ ଘରୁ ତାଙ୍କର ମୃତଦେହ ମିଳିଥିଲା ଏହି ଘଟଣାର ତିନି ଦିନ ପୂର୍ବରୁ ଉତ୍ତର ଲଣ୍ଡନର ନୀଲଡ କ୍ରିସେଣ୍ଟରେ ଆଉ ଜଣେ ଭାରତୀୟ ଯୁବତୀଙ୍କୁ ହତ୍ୟା କରାଯାଇଥିଲା । ତେବେ ଅରବିନ୍ଦଙ୍କୁ ହତ୍ୟା ଘଟଣାରେ ପୋଲିସ ସଲମାନ ସଲିମ ନାମକ ଜଣେ ୨୫ ବର୍ଷୀୟ ଯୁବକକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking