34.1 C
Bhubaneswar
Saturday, May 18, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି : ପୁଅର ଗଳାକାଟିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ବାପା

ପାରିବାରିକ କଳହର କରୁଣ ପରିଣତି : ପୁଅର ଗଳାକାଟିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ବାପା

ପାଟଣା: ପାରିବାରିକ କଳହର କରୁଣ ପରିଣତି । ୫ ବର୍ଷୀୟ ପୁଅର ଗଳାକାଟିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ବାପା । ଗୁରୁତର ଅବସ୍ଥାରେ ଉଭୟ ଡାକ୍ତରଖାନାରେ ଭର୍ତ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ରୋହତାସରେ । ସୂଚନା ମୁତାବକ , ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା । ଏହାକୁ ନେଇ ବାପା ତାର ୫ବର୍ଷ ପୁଅର ଗଳାକାଟି ଦେଇଥିବା ଜଣାପଡିଛି । ଆହତ ଅବସ୍ଥାରେ ଶିଶୁକୁ ସାସାରାମର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଦିନାରା ପୋଲିସ ଷ୍ଟେସନ ମୁଖ୍ୟ କହିଛନ୍ତି ଯେ ପିତା ଶୈଳେଶ ଚୌଧୁରୀ ଦୀର୍ଘ ଦିନ ଧରି ମଦ୍ୟପାନ କରୁଥିଲେ । ସେ ହୁଏତ ନିଶାସକ୍ତ ଅବସ୍ଥାରେ ଏହି ପଦକ୍ଷେପ ନେଇଥିବେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଉପମୁଖ୍ୟ ମଙ୍ଗଲ କୁମାର କହିଛନ୍ତି,”ଏହି ଘଟଣା ଦିନାରା ଥାନା ଅଞ୍ଚଳର ଚିଲାବିଲା ଗାଁର ବନୱାରୀ ଟୋଲାର । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା । ଯାହାକୁ ନେଇ ନିଶିରେ ଶୈଳେସ ତାଙ୍କର ୫ବର୍ଷର ପୁଅର ଗଳା କାଟି ନିଜେ ହତ୍ୟା ଉଦ୍ୟମ କରିଛନ୍ତି । ସୂଚନା ଅନୁଯାୟୀ, ବିହାରର ଗୋପାଳଗଞ୍ଜ ଅଞ୍ଚଳର ଏକ ଆବାସିକ ବିଦ୍ୟାଳୟରେ ରାଗରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ଜଣେ ୬ବର୍ଷର ଛାତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଛାତ୍ର ଜଣକ ଆବାସିକ ବିଦ୍ୟାଳୟର ଛାତ ଉପରେ ନର୍ସରୀରେ ପଢ଼ୁଥିବା ଆର୍ଯ୍ୟନକୁ ଇଟାରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ତେବେ ସିସିଟିଭି ଫୁଟେଜରେ ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ଆର୍ଯ୍ୟନଙ୍କ ପଛରେ ଯାଉଥିବା ଦେଖିବାକୁ ମିଳିଛି । ଏଥି ସହ ଘଟଣାସ୍ଥଳରେ ଇଟା ଓ କପଡ଼ା ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଛାତ୍ର ଏହି ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ପୋଲିସ ଆଗରେ ମୁହଁ ଖୋଲିନି ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking