26.1 C
Bhubaneswar
Friday, March 21, 2025
Homeଦେଶ ବିଦେଶବିଶ୍ବର ସର୍ବୋଚ୍ଚ ଉଚ୍ଚ ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର

ବିଶ୍ବର ସର୍ବୋଚ୍ଚ ଉଚ୍ଚ ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର

ନୂଆଦିଲ୍ଲୀ: ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିଅରରେ ସ୍ଥାପନ ହେଲା ପ୍ରଥମ ମୋବାଇଲ ଟାୱାର । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି । ୧୫ହଜାର ୫ଶହ ଫୁଟରୁ ଅଧିକ ଉଚ୍ଚରେ ନିୟୋଜିତ ଥିବା ଭାରତୀୟ ଯବାନଙ୍କୁ ଏହା ମୋବାଇଲ ଫୋନ ସେବା ଯୋଗାଇବ ।
ଏହାଦ୍ବାରା ସିଆଚେନରେ ଥିବା ଯବାନମାନେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରିପାରିବେ । ସିଆଚେନରେ ସ୍ଥାପିତ ମୋବାଇଲ ଟାୱାରର କିଛି ଫଟୋ ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ପକ୍ଷରୁ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking