24.1 C
Bhubaneswar
Sunday, April 13, 2025
Homeଦେଶ ବିଦେଶଆଜି କାରଗିଲ ବିଜୟ ଦିବସ : ଶକ୍ତି ପ୍ରଦର୍ଶନ କରିଥିଲେ ଭାରତୀୟ ଯବାନ

ଆଜି କାରଗିଲ ବିଜୟ ଦିବସ : ଶକ୍ତି ପ୍ରଦର୍ଶନ କରିଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ : ଆଜି ହେଉଛି ୨୨ତମ କାରଗିଲ ବିଜୟ ଦିବସ। ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ୧୯୯୯ ମସିହା ଆଜିର ଦିନରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ। କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି। ଭାରତରେ ଉତ୍ସବର ବାତାବରଣ ଦେଖାଯାଇଛି। କାରଗିଲରେ ଭାରତୀୟ ସୈନିକମାନେ ନିଜର ଦମ୍ଭ ଦେଖାଇଥିଲେ। ୨୨ ବର୍ଷ ପୂର୍ବରୁ ଭାରତୀୟ ସେନା ଶୌର୍ୟ୍ୟ ଓ ପରାକ୍ରମ ଦେଖାଇଥିଲେ। ଏହା ଇତିହାସରେ ଅତୁଳନୀୟ। ଶତ୍ରୁମାନେ ଯେଉଁ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ଭାରତୀୟ ସେନା ସଂପୃକ୍ତି ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ଆଜି ଦେଶ ବିଜୟ ପର୍ବ ପାଳନ କରୁଛି। ଭାରତୀୟ ଯବାନମାନେ ୧୮ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଥିଲେ। ୧୯୯୮ରେ ପାକିସ୍ତାନର ପରଭେଜ ମୁଶାରଫ ସରକାର କାରଗିଲକୁ ମଞ୍ଜୁରୀ ଦେଇଥିଲା। ପାକିସ୍ତାନ ଭାବୁଥିଲା ଯେ, ଏହି ଅଞ୍ଚଳକୁ କବଜା କଲେ ଏହା ସବୁଦିନ ପାଇଁ ନିଜର ହୋଇଯିବ। ସେହି ସମୟରେ ଭାରତୀୟ ସେନା ମିଗ-୨୭ ଓ ମିଗ-୨୯ ଲଢୁଆ ବିମାନ ବ୍ୟବହାର କରିଥିଲା। ସେହି ସମୟରେ ବୋଫୋର୍ସ ତୋପ ମଧ୍ୟ ପ୍ରୟୋଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking