26.1 C
Bhubaneswar
Tuesday, September 17, 2024
Homeଖେଳଆଜି ଭାରତ- ଜିମ୍ବାୱେ ପ୍ରଥମ ଦିନିକିଆ

ଆଜି ଭାରତ- ଜିମ୍ବାୱେ ପ୍ରଥମ ଦିନିକିଆ

ହରାରେ: ଟିମ୍ ଇଣ୍ଡିଆର ଗୁରୁବାର ଜିମ୍ବାୱେ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ହରାରେ ସ୍ପୋଟ୍ସ କ୍ଲବ୍‌ରେ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ବୋଲର୍‌ଙ୍କ ପରୀକ୍ଷା ହେବ । ଗତ କିଛିଦିନ ହେବ ଜିମ୍ବାୱେ ଉନ୍ନତ ପ୍ରଦର୍ଶନ କରିଆସୁଛି । ଏହା ମଧ୍ୟରେ ଘରୋଇ ମାଟିରେ ଭ୍ରମଣକାରୀ ପ୍ରତ୍ୟେକ ବିପକ୍ଷ ଟିମ୍‌କୁ ଅସୁବିଧାରେ ପକାଇଛି । ଅର୍ଥାତ୍ ଆସନ୍ତାକାଲିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ହାଲୁକା ଭାବେ ନେବାର ଭୁଲ କରିବ ନାହିଁ । ଜିମ୍ବାୱେ ହୋମ୍‌ଗ୍ରାଉଣ୍ଡ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ୨୯୦ ଓ ୩୦୦ ରନ୍‌ରୁ ଊର୍ଦ୍ଧ୍ୱ ଲକ୍ଷ୍ୟର ପିଛାକରି ନିକଟରେ ବାଂଲାଦେଶକୁ ହରାଇଛି ।

ଏପରି ସ୍ଥିତିରେ କେଏଲ୍ ରାହୁଲ, ଶିଖର ଧୱନ୍‌, ଶୁବମନ ଗିଲ୍‌, ଦୀପକ ହୁଡ୍ଡା ଏବଂ ସଞ୍ଜୁ ସାମ୍‌ସନ୍‌ଙ୍କ ପରି ବ୍ୟାଟ୍ସମ୍ୟାନ୍‌ଙ୍କୁ ଆୟୋଜକ ଟିମ୍‌ର ବୋଲର୍‌ଙ୍କ ମୁକାବିଲା ପାଇଁ ଶକ୍ତିଶାଳୀ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ମ୍ୟାଚ୍‌ରେ ବଡ଼ ସ୍କୋର୍ କରିବାକୁ ହେବ କିମ୍ବା ଚେଜ୍ କରିବା କ୍ଷମତା ଦେଖାଇବାକୁ ପଡ଼ିବ । ଭାରତ ନିକଟରେ ମହମ୍ମଦ ସିରାଜ୍‌, ପ୍ରସିଦ୍ଧ କ୍ରିଷ୍ଣା, ଦୀପକ ଚହର ଓ କୁଲଦୀପ ଯାଦବଙ୍କ ପରି ବୋଲର୍‌ଙ୍କ ସହିତ ଶାର୍ଦ୍ଦୁଲ୍ ଠାକୁର ଓ ଅକ୍ଷର ପଟେଲ୍‌ଙ୍କ ପରି ଅଲ୍‌ରାଉଣ୍ଡର୍ ରହିଛନ୍ତି । ଅନ୍ୟପକ୍ଷରେ ଆୟୋଜକ ଟିମ୍‌କୁ ସିକନ୍ଦର ରାଜ, ରେଜିସ୍ ସକାଭା ଓ ଇନୋସେଣ୍ଟ୍ କେଇୟାଙ୍କଠାରୁ ଉନ୍ନତ ବ୍ୟାଟିଂ ଆଶା ରହିବ । ତେଣୁ ଭାରତୀୟ ବୋଲର୍‌ଙ୍କୁ ଏମାନଙ୍କ ପତି ସତର୍କ ରହିବାକୁ ପଡ଼ିବ ।

ବିଶେଷକରି ସିକନ୍ଦର ରଜାଙ୍କ ପ୍ରତି । ସେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଦୁଇଟି ଶତକ ହାସଲ କରିଥିଲେ । ସେ ଏବେ ଜବରଦସ୍ତ ଫର୍ମରେ ଥିବାବେଳେ ତାଙ୍କ ଦମ୍‌ରେ ଜିମ୍ବାୱେ ୩୦୦ରୁ ଅଧିକ ଟାର୍ଗେଟ୍‌କୁ ଚେଜ୍ କରିବାରେ ସଫଳ ମଧ୍ୟ ହୋଇଥିଲା । ଫଳରେ ଭାରତୀୟ ବୋଲର୍‌ଙ୍କୁ ତାଙ୍କ ବିରୋଧରେ ସଠିକ୍ ଏବଂ ଆକ୍ରମଣାତ୍ମକ ରଣନୀତି ସହିତ ପଡ଼ଆକୁ ଓହ୍ଲାଇବାକୁ ହେବ । ଏସିଆ କପ୍ ପୂର୍ବରୁ ଏହି ସିରିଜ୍‌ରେ ରାହୁଲ ଆଣ୍ଡ୍ କମ୍ପାନୀ କୌଣସି ରିସ୍କ ନେବାକୁ ଚାହିଁବ ନାହିଁ । କାରଣ ଗୋଟିଏ ପରାଜୟ ପୂରା ଟିମ୍‌ର ମନୋବଳ ଭାଙ୍ଗି ଦେଇପାରେ । ଅନ୍ୟପକ୍ଷରେ ବାଂଲାଦେଶକୁ ହରାଇବା ପରେ ଭାରତ ପରି ଶକ୍ତିଶାଳୀ ଟିମ୍‌କୁ କଡ଼ା ଆହ୍ୱାନ ଦେବା ଲକ୍ଷ୍ୟରେ ରହିବ ଜିମ୍ବାୱେ । ତେଣୁ ସମସ୍ତ ବିଭାଗରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ ।

ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍‌, ଶିଖର ଧୱନ୍‌, ରାହୁଲ ତ୍ରିପାଠୀ, କେଏଲ୍ ରାହୁଲ, ସଞ୍ଜୁ ସାମ୍‌ସନ୍‌, ଦୀପକ ହୁଡ୍ଡା, ଅକ୍ଷର ପଟେଲ୍‌, ଶାର୍ଦ୍ଦୁଲ୍ ଠାକୁର, କୁଲଦୀପ ଯାଦବ/ଶାହବାଜ ଅହମ୍ମଦ, ଅଭେଶ୍ ଖାନ୍‌, ମହମ୍ମଦ ସିରାଜ୍‌/ଦୀପକ ଚହର ।

ସମ୍ଭାବ୍ୟ ଜିମ୍ବାୱେ ଏକାଦଶ: ତାଡ଼ିୱାନାଶେ ମାରୁମାନି, ତୁକଦ୍‌ଜ୍ୱାନାଶେ ନାଇତାନୋ, ଇନୋସେଣ୍ଟ୍ କାଇୟା, ୱେସ୍‌ଲେ ମାଧେଭେରେ, ସିକନ୍ଦର ରଜା, ଗେିସ୍ ଚକାବଭା (କ୍ୟାପ୍‌ଟେନ୍‌), ଟୋନୀ ମୁନ୍ୟୋଙ୍ଗା, ଲ୍ୟୁକ୍ ଜୋଙ୍ଗ୍‌ୱେ, ବ୍ରାଡ୍ ଇଭାନ୍ସ, ଭିକ୍ଟର ନ୍ୟାଉଚି, ତାନାକା ଚିଭାଙ୍ଗା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking