24.1 C
Bhubaneswar
Friday, February 27, 2026
Homeଖେଳଟି ଟ୍ୱେଣ୍ଟିରେ ଜିତିଲା ଭାରତ

ଟି ଟ୍ୱେଣ୍ଟିରେ ଜିତିଲା ଭାରତ

ନୂଆଦିଲ୍ଲୀ: ତୃତୀୟ ଟି ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଭାରତ। ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୧ରେ ସମାନ କରିଛି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ନଭେମ୍ବର ୬ରେ ଗୋଲ୍ଡ କୋଷ୍ଟରେ ଖେଳାଯିବ। ହୋବାର୍ଟରେ ୧୮୭ ରନର ପିଛା କରି ଭାରତ ୧୮.୩ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ୱାଶିଂଟନ ସୁନ୍ଦର ୨୩ ବଲରୁ ୪୯ ରନ ଏବଂ ଜିତେଶ ଶର୍ମା ୧୩ ବଲରୁ ୨୨ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ୩ ୱିକେଟ ନେଇଥିଲେ। ପୂର୍ବରୁ ଟସ୍ ହାରିବା ପରେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ଟିମ୍ ଡେଭିଡ୍ ୩୮ ବଲରୁ ୭୪ ରନର ଇନିଂସ ଖେଳିଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ୩୯ ବଲରୁ ୬୪ ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ତିନୋଟି ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ଦୁଇଟି ୱିକେଟ ନେଇଥିଲେ। ଶିବମ୍ ଦୁବେ ଗୋଟିଏ ୱିକେଟ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking